fbpx

HDFC Bankରେ ଅଛି କି ଆକାଉଣ୍ଟ? ଏହି SMS ଆସୁଥିଲେ ହୋଇଯାଆନ୍ତୁ ସାବଧାନ…

ନୂଆଦିଲ୍ଲୀ: ଦେଶରେ ସାଇବର କ୍ରାଇମର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ପେମେଣ୍ଟ ଫର୍ଜରୀର ଅନେକ ମାଲା ରିପୋର୍ଟ କରାଯାଉଛି । ବିଭିନ୍ନ ଉପାୟରେ ଲୋକଙ୍କୁ ଠକି ସେମାନଙ୍କୁ ଲୁଟିବାରେ ଲାଗିଛନ୍ତି ଡିଜିଟାଲ ଲୁଟେରା । ତେବେ ଏସବୁ ଭିତରେ ସେମାନଙ୍କ ପାଇଁ ସବୁଠୁ ସହଜ ଉପାୟ ହେଉଛି ଏସଏମଏସ ସ୍କାମ୍ । କୌଣସି ବାହାନାରେ ଏସଏମଏସରେ କ୍ଲିକ କରିବାକୁ କହି ମୋବାଇଲକୁ ହ୍ୟାକ କରିନିଅନ୍ତି । ବାସ୍ ଏହି ସମୟରେ ସାଇବର ଲୁଟେରା ନିଜ ଦିମାଗ ଲଗାଇ ଲୁଟି ନିଅନ୍ତି ଆକାଉଣ୍ଟରେ ଥିବା ଟଙ୍କା । ତେବେ ବର୍ତ୍ତମାନ ଏମିତି ଏକ ଲିଙ୍କ ଏଚଡିଏଫସି ବ୍ୟାଙ୍କର ଗ୍ରାହକମାନଙ୍କୁ ପଠାଯାଉଛି ।

ଟ୍ୱିଟରରେ ସଂଘମିତ୍ରା ନାମକ ଜଣେ ୟୁଜର ଗୋଟିଏ ଏସଏମଏସର ପ୍ରିଣ୍ଟସଟ୍ ଦେଇଛନ୍ତି । ଏଥିରେ ଲେଖାଯାଇଛି ଯେ, ଏଚଡିଏଫସି ଗ୍ରାହକ ଆପଣଙ୍କୁ ଏଚଡିଏଫସି ନେଟ ବ୍ୟାଙ୍କିଙ୍ଗରୁ ଆଜି ନିଲମ୍ବିତ କରି ଦିଆଯିବ । ଦୟାକରି ଆପଣଙ୍କ ପାନ୍ କାର୍ଡ ଅପଡେଟ କରନ୍ତୁ । ପ୍ରଥମେ ନିମ୍ନଲିଖିତ ଲିଙ୍କକୁ ଯାଆନ୍ତୁ । ମେସେଜରେ ଏକ ଲିଙ୍କ ମଧ୍ୟ ପ୍ରଦାନ କରାଯାଇଛି । ତେବେ ଏହି ଟ୍ୱିଟକୁ ଅନ୍ୟ ଜଣେ ୟୁଜର ପ୍ରତିକ୍ରିିୟା ରଖିଛନ୍ତି । ସେ ଏକ ମେସେଜର ସ୍କ୍ରିନସଟ ଦେଇଛନ୍ତି ଯେଉଁଥିରେ ତାଙ୍କୁ କେୱାଇସି ଅପଡେଟ କରିବା ପାଇଁ କୁହାଯାଇଛି । ତେବେ ଏହି ଫିସିଙ୍ଗ ବିବାଦ ବିଷୟରେ ସଚେତନ କରାଇଛି ଏଚଡିଏଫସି ବ୍ୟାଙ୍କ ।

ଏଚଡିଏଫସି ବ୍ୟାଙ୍କ କେୟାର ଏହି ଟ୍ୱିଟ୍ ର ଉତ୍ତରରେ ଲେଖିଛନ୍ତି ଯେ, ଦୟା କରି ପାନ୍ କାର୍ଡ, କେୱାଇସି ଅପଡେଟ କିମ୍ବା ଅନ୍ୟ କୌଣସି ବ୍ୟାଙ୍କିଙ୍ଗ ସୂଚନା ବିଷୟରେ ପଚରା ଯାଉଥିବା ଏଭଳି ଅଜଣା ନମ୍ବରକୁ ପ୍ରତିକ୍ରିୟା ଦିଅନ୍ତୁ ନାହିଁ । ନିଜ ତଥ୍ୟ ଦେବା ପୂର୍ବରୁ ଏବଂ କୌଣସି ଲିଙ୍କରେ କ୍ଲିକ କରିବା ପୂର୍ବରୁ ବ୍ୟାଙ୍କ ସହ ଯୋଗାଯୋଗ କରିବା ପାଇର୍ ପରାମର୍ଶ ଦେଇଛି ଏଚଡିଏଫସି ବ୍ୟାଙ୍କ କେୟାର ।

Get real time updates directly on you device, subscribe now.