fbpx

ଟ୍ରେନିଂ ବେଳେ ଯବାନ ଆହତ, ଗୁଳି ଫୁଟି ଦୁର୍ଘଟଣା

ଭୁବନେଶ୍ୱର: ଟ୍ରେନିଂ ସମୟରେ ଗୁଳି ଫୁଟି ଜଣେ ଯବାନ ଆହତ ହୋଇଥିବା କଥା ସାମ୍ନାକୁ ଆସିଛି । ଘଟଣାଟି ଚନ୍ଦକା ଏସଓଜି କ୍ୟାମ୍ପରେ ଟ୍ରେନିଂ ବେଳେ ଅଘଟଣର ସୂଚନା ମିଳିଛି । ଯବାନ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଚନ୍ଦକା ଏସଓଜି କ୍ୟାମ୍ପରେ ଯବାନ ମାନଙ୍କୁ ଟ୍ରେନିଂ ଦିଆଯାଉଥିଲା । ଟ୍ରେନିଂ ସମୟରେ ଜଣେ ଯବାନଙ୍କ ବନ୍ଧୁକରୁ ଅସାବଧାନତାର ସହ ଗୁଳି ଫୁଟି ଅନ୍ୟ ଜଣେ ଯବାନଙ୍କ ଗୋଡରେ ବାଜିଥିଲା । ଏହାପରେ ଯବାନ ଜଣକ ଆହତ ହୋଇପଡିଥିଲେ ।

ଘଟଣାସ୍ଥଳରେ କ୍ୟାମ୍ପରେ ଥିବା ଅନ୍ୟାନ୍ୟ ଯବାନ ଏବଂ ଟ୍ରେନିଂ ଦାତା ଆହତ ଯବାନଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ଆହତ ଯବାନଙ୍କ ଅବସ୍ଥା ଗୁରୁତର ଅଛି ବୋଲି କୁହାଯାଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି କି ନାହିଁ ତାହା ବର୍ତ୍ତମାନ ସୁଧା ଜଣାପଡିନାହିଁ ।

Get real time updates directly on you device, subscribe now.