fbpx
BSKY
BJD SHG SKY
BJD YOUTH SKY

ଆମେରିକାରେ ବ୍ୟାଙ୍କିଙ୍ଗ ସଙ୍କଟ, ସିଲିକନ୍ ଭ୍ୟାଲି ବ୍ୟାଙ୍କରେ ଝୁଲିଲା ତାଲା

ନୂଆଦିଲ୍ଲୀ: ଆମେରିକାରେଆଉ ଏକ ନୂଆ ବ୍ୟାଙ୍କିଙ୍ଗ ସଙ୍କଟ ଆରମ୍ଭ ଦେଖାଦେଇଛି । ସେଠାରେ ଥିବା ୧୬ ଟି ବ୍ୟାଙ୍କ ମଧ୍ୟରେ ଥିବା ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସବିବି) ରେଗୁଲେଟର ଦ୍ୱାରା ବନ୍ଦ ହୋଇଯାଇଛି। ଟେକ୍ ଷ୍ଟାର୍ଟଅପ୍ ଋଣ ଦେବା ପାଇଁ ପ୍ରସିଦ୍ଧ ଏସବିବି ଫାଇନାନ୍ସିଆଲ୍ ଗ୍ରୁପ୍ ରେ ହୋଇଥିବା ସଙ୍କଟ, ବ୍ୟାଙ୍କିଙ୍ଗ୍ ସେକ୍ଟର ଷ୍ଟକ୍ ହ୍ରାସ ପାଇ ଶୁକ୍ରବାର ଦିନ ସାରା ବିଶ୍ୱରେ ଷ୍ଟକ୍ ମାର୍କେଟରେ ଏହା  ହଇଚଇ ସୃଷ୍ଟି କରିଛି। ହେଲେ ଅସୁବିଧା ଏହା ହେଉଛି ଯେ ସିଲିକନ୍ ଭ୍ୟାଲି ବ୍ୟାଙ୍କର ଟଙ୍କା ଅନେକ ଭାରତୀୟ ଷ୍ଟାର୍ଟଅପ୍ ରେ ମଧ୍ୟ ବିନିଯୋଗ ହୋଇଛି।

ଆମେରିକାର କାଲିଫର୍ନିଆରେ ଆର୍ଥିକ ସଙ୍କଟ ଆରମ୍ଭ ହେବା ପରେ ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସବିବି) ମଧ୍ୟ ଅସୁବିଧାରେ ପଡିଛି। ଜମାକାରୀଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ବ୍ୟାଙ୍କିଙ୍ଗ ଋଣରେ ବୁଡ଼ିଯାଇଥିବା ଏସବିବିକୁ ବନ୍ଦ କରିଦେଇଛନ୍ତି। ଟେକ୍ ଷ୍ଟାର୍ଟଅପ୍ମାନଙ୍କୁ ଋଣ ଦେବା ପାଇଁ ପ୍ରସିଦ୍ଧ ଏସବିବି ଫାଇନାନ୍ସିଆଲ୍ ଗ୍ରୁପ୍ ରେ ହୋଇଥିବା ସଙ୍କଟ ଶୁକ୍ରବାର ଦିନ ସାରା ବିଶ୍ୱରେ ଷ୍ଟକ୍ ମାର୍କେଟରେ ଉତ୍ତେଜନା ସୃଷ୍ଟି କରିଥିଲା ​​।କେବେଳ ଏତିକି ନୁହେଁ ଏହାର ବ୍ୟାଙ୍କିଙ୍ଗ୍ ସେକ୍ଟରର ସେୟାର ମଧ୍ୟ ହ୍ରାସ ପାଇଛି ।

ନିୟାମକ ଏକ ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି ଯେ ଫେଡେରାଲ ଡିପୋଜିଟର ଇନସୁରାନ୍ସ କର୍ପୋରେସନ (ଏଫଡିଆଇସି) କୁ ଏହି ବ୍ୟାଙ୍କର ରିସିଭର ଭାବରେ ନିଯୁକ୍ତ କରାଯାଇଛି ଏବଂ ବ୍ୟାଙ୍କର ସମ୍ପତ୍ତି ୨୧୦ ବିଲିୟନ ଡଲାରରେ ବିକ୍ରି ହେବ। ଚଳିତ ବର୍ଷ ବିଫଳ ହୋଇଥିବା FDIC- ବୀମାଭୁକ୍ତ SVB ହେଉଛି ପ୍ରଥମ ବ୍ୟାଙ୍କ। ଏହାପୂର୍ବରୁ, ଶେଷ FDIC- ବୀମାଭୁକ୍ତ ବ୍ୟାଙ୍କ ଅକ୍ଟୋବର ୨୦୨୦ ରେ ଭୁଶୁଡି ପଡିଥିଲା, ଆଉ ଏହା ହେଇଥିଲା ଯେତେବେଳେ ଆଲମେନା ଷ୍ଟେଟ ବ୍ୟାଙ୍କ ବନ୍ଦ କରାଯାଇଥିଲା ।
ସୂଚନାମୁତାବକ ଏଫଡିଆଇସି ଏକ ବିବୃତ୍ତି ଜାରି କରିଛି ଯେ ମାର୍ଚ୍ଚ ୧୩ ରେ ସମସ୍ତ ସିଲିକନ୍ ଭ୍ୟାଲି ବ୍ୟାଙ୍କ ଅଫିସ୍ ଏବଂ ଶାଖା ଖୋଲିବ ଏବଂ ସମସ୍ତ ବୀମାଭୁକ୍ତ ନିବେଶକ ସୋମବାର ସକାଳେ ସେମାନଙ୍କ ଆକାଉଣ୍ଟକୁ ପ୍ରବେଶ କରିପାରିବେ ବୋଲି । ଶୁକ୍ରବାର ପ୍ରି-ମାର୍କେଟ ବାଣିଜ୍ୟରେ ଏସବିବି ସେୟାର ୬୬ ପ୍ରତିଶତ ହ୍ରାସ ପାଇଛି।
ଗୁରୁବାର ପରେ ସାରା ବିଶ୍ୱରେ ବ୍ୟାଙ୍କ ଷ୍ଟକ୍ ମଧ୍ୟ ହ୍ରାସ ପାଇଛି।

Get real time updates directly on you device, subscribe now.