fbpx

DEO, ଆସିଷ୍ଟାଣ୍ଟ, ଟେକ୍ନିସିଆନ, UDC, LDC, MTS, ସୁପରଭାଇଜର ପଦବୀ ପାଇଁ ଆସିଲା ନିଯୁକ୍ତି ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ସାଇଣ୍ଟିଷ୍ଟ ‘ବି’, ଆସିଷ୍ଟାଣ୍ଟ ଲ’ ଅଫିସର, ଆସିଷ୍ଟାଣ୍ଟ ଆକାଉଣ୍ଟସ ଅଫିସର, ସିନିୟର ସାଇଷ୍ଟିଫିକ୍ ଅଫିସର, ଟେକ୍ନିକାଲ ସୁପରଭାଇଜର, ଆସିଷ୍ଟାଣ୍ଟ, ଆକାଉଣ୍ଟସ ଆସିଷ୍ଟାଣ୍ଟ, ଜୁନିୟର ଟେକ୍ନିସିଆନ, ସିନିୟର ଲ୍ୟାବ ଆସିଷ୍ଟାଣ୍ଟ, ୟୁଡିସି, ଡିଇଓ, ଜୁନିୟର ଲ୍ୟାବ ଆସିଷ୍ଟାଣ୍ଟ, ଏଲଡିସି, ଫିଲ୍ଡ ଆଟେଣ୍ଡାଣ୍ଟ, ଏମଟିଏସ୍ ପଦବରେ ନିଯୁକ୍ତି ମିଳିବ ।

ପ୍ରାର୍ଥୀଙ୍କୁ ମାର୍ଚ୍ଚ ମାସ ୬ ତାରିଖରୁ ୩୧ ତାରିଖ ମଧ୍ୟରେ ଆବେଦନ କରିବାକୁ ପଡ଼ିବ । ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୧୦୦୦ / ୫୦୦ ଟଙ୍କା ରହିଛି । ସେହିପରି ଏସସି / ଏସଟି / ପିଡବ୍ଲ୍ୟୁଡି / ମହିଳା ପ୍ରାର୍ଥୀଙ୍କ ପାଇଁ ଫିସ୍ ୨୫୦ / ୧୫୦ ଟଙ୍କା ରହିଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ କରାଯିବ । ପରୀକ୍ଷା ତାରିଖ ପରେ ସୂଚିତ କରାଯିବ । ପ୍ରାର୍ଥୀ ଦଶମ / ଦ୍ୱାଦଶ / ଡିପ୍ଲୋମା / ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ । ପ୍ରତ୍ୟେକ ପଦ ପାଇଁ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://cpcb.nic.in/jobs.php

ନୋଟିଫିକେସନ ଲିଙ୍କ: https://cpcb.nic.in/openpdffile.php?id=Q2FyZWVyRmlsZXMvMjE4XzE2NzgwODU1MjNfbWVkaWFwaG90bzMxOTIxLnBkZg==

ଅଫିସିଆଲ ୱେବସାଇଟ୍ ଲିଙ୍କ: https://cpcb.nic.in/jobs.php

Get real time updates directly on you device, subscribe now.