fbpx

ରାଜ୍ୟରେ ବଢ଼ୁଛି H3N2 ଇନ୍‍ଫ୍ଲୁଏନ୍‍ଜା ସଂକ୍ରମଣ; ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରକ୍ଷା କରିବାକୁ ପରାମର୍ଶ

ଭୁବନେଶ୍ୱର: ଦେଶବ୍ୟାପୀ ଇନ୍‍ଫ୍ଲୁଏନ୍‍ଜା-ଏ ସମେତ ଏଡିନୋ ଭାଇରସ୍‍ ଦ୍ୱାରା ସୃଷ୍ଟି ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ସତର୍କ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜୀବ ଭୂଷଣ ଏ ସଂକ୍ରାନ୍ତରେ ରାଜ୍ୟଗୁଡ଼ିକୁ ଚିଠିଲେଖି ଇନ୍‍ଫ୍ଲୁଏନ୍‍ଜା ଜନିତ ରୋଗ ଏବଂ ଗୁରୁତର ନିଶ୍ୱାସପ୍ରଶ୍ୱାସ ଜନିତ ରୋଗ ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । ଏହି ରୋଗର ଲକ୍ଷଣ କରୋନା ପରି ହୋଇଥିବାରୁ ମୁହଁରେ ମାସ୍କ ସହ ହାତକୁ ସଫା ରଖିବା ଏବଂ ଶାରୀରିକ ଦୂରତା ବଜାୟ ରଖିବା ନିୟମକୁ ଆବଶ୍ୟକସ୍ଥଳେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଗତ ୩ ମାସ ହେବ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଥଣ୍ଡା, ଜ୍ୱର, କାଶ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଭିନ୍ନ ପରୀକ୍ଷାଗାରରେ ହୋଇଥିବା ନମୁନା ପରୀକ୍ଷଣରୁ ଏହା H3N2 ଇନ୍‍ଫ୍ଲୁଏନ୍‍ଜା ଭୂତାଣୁ ସଂକ୍ରମଣ ଜନିତ ବୋଲି ଜଣାପଡିଛି । ଶିଶୁ, ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଜଟିଳ ରୋଗ ଥିବା ଲୋକମାନେ ଏହି ଭୂତାଣୁ ପ୍ରତି ଅଧିତ ସମ୍ବେଦନଶୀଳ । ସେମାନଙ୍କ ପାଇଁ ହସ୍‍ପିଟାଲର ଆବଶ୍ୟକତା ପଡିପାରେ ବୋଲି ଏହି ଚିଠିରେ ଦର୍ଶାଯାଇଛି । ଚିଠି ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲା ଚିକିତ୍ସାଳୟଗୁଡ଼ିକରେ ଆବଶ୍ୟକତା ସତର୍କତା ଅବଲମ୍ବନ ତଥା ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଧ୍ୟାନ ଦେବାକୁ କୁହାଯାଇଛି ।

ଓଡ଼ିଶାରେ ନିୟମିତ ଭାବରେ ସନ୍ଦିଗ୍ଧ ରୋଗୀଙ୍କର ନମୁନା ପରୀକ୍ଷଣ କରାଯାଉଛି । ଗତ ଦୁଇମାସ ମଧ୍ୟରେ ୨୨୫ଟି ନମୁନାରୁ ୫୯ ଜଣ ଐ୩ଘ୨ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆର୍‍.ଏସ୍‍.ଭି. ଦ୍ୱାରା ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ଐ୩ଘ୨ କୁ ନେଇ ଭୟଭୀତ ନ ହେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ କୁହାଯିବା ସହ ଲକ୍ଷଣ ଥିବା ବ୍ୟକ୍ତି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସେହିପରି ନିଜ ମନକୁ ମନ ଔଷଧ କିଣି ନ ଖାଇ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ।

Get real time updates directly on you device, subscribe now.