fbpx

ଆଦାନି ମାମଲାରେ ରିପୋର୍ଟ ପ୍ରକାଶ କରିଥିବା ହିଣ୍ଡେନବର୍ଗ SVB ମାମଲାରେ କାହିଁକି ତଥ୍ୟ ପ୍ରକାଶ କରିଲା ନାହିଁ :ବିନ୍ଦୁ ଦାରା ସିଂ

ନୂଆଦିଲ୍ଲୀ: ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କର ଦେବାଳିଆ ହେବାର ଖବର ସାରା ଦୁନିଆକୁ ଚିନ୍ତାରେ ପକାଇ ସାରିଲାଣି । ଏସଭିଏମ ଆମେରିକାର ୧୬ତମ ବଡ ବ୍ୟାଙ୍କ ଥିଲା । ଏବଂ ନିକଟରେ forbes ର ବାର୍ଷିକ ଉତ୍ତମ ତାଲିକାରେ ମଧ୍ୟ ଏହାର ରାଙ୍କ ଭଲ ଥିଲା । କିନ୍ତୁ ଏହା ପତନ ସମସ୍ତଙ୍କୁ ଚକିତ କରିଛି । ଆମେରିକା ସମେତ ସମଗ୍ର ବିଶ୍ୱକୁ ଷ୍ଟାର୍ଟଅପ୍ ପାଣ୍ଠି ଯୋଗାଉଥିବା ସିଲିକନ୍ ଭ୍ୟାଲି ବ୍ୟାଙ୍କ(ଏସଭିବି) ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି।

ଆମେରିକାର ନିୟାମକ ଏହି ବ୍ୟାଙ୍କକୁ ତାଲା ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖାସକରି ଶିଳ୍ପ ଜଗତରେ ଏହା ହଲଚଲ୍ ସୃଷ୍ଟି କରିସାରିଲାଣି । ଏନେଇ ଦୁନିଆସାରା ବିଶେଷଜ୍ଞ ଏହାକୁ ଭାରତୀୟ ଅର୍ଥବ୍ୟବସ୍ଥା ଏବଂ ଭାରତୀୟ ଶିଳ୍ପ ଜଗତରେ ପଡିବାକୁ ଯାଉଥିବା ପ୍ରଭାବ ବିଷୟରେ ସୂଚନା ଦେଇଛନ୍ତି । ତେବେ ଏହା ଭିତରେ ବଲିଉଡ ଅଭିନେତା ବିନ୍ଦୁ ଦାରା ସିଂ ନିଜର ମନ୍ତବ୍ୟ ଜାରି କରିଛନ୍ତି ।

ସେ ପ୍ରଶ୍ନ କରିଛନ୍ତି ଯେତେ ବେଳେ ଗୌତମ ଆଦାନୀ ଘଟଣାରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ତାର ରିପୋର୍ଟ ପ୍ରକାଶ କରିଥିଲା ଏବେ ସଂସ୍ଥା କଣ କରୁଛି ? ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ ବିଷୟରେ ଏହା କୌଣସି ଅନୁଧ୍ୟାନ କଣ ପାଇଁ କରି ନଥିଲା ? ହିଣ୍ଡେନବର୍ଗର ଏହି ଘଟଣା କୁ ନେଇ କାହିଁକି କିଛି ତଥ୍ୟ ପ୍ରକାଶ କରିଲା ନାହିଁ। ଆଉ କିଭଳି ତାଙ୍କ ଆଖିରୁ ଏତେ ବଡ଼ ବ୍ୟାଙ୍କର ଦେବାଳିଆ ହେବାର ସ୍ଥିତି ପୂର୍ବରୁ ନଜର ହିଁ ଆସିଲା ନାହିଁ ।

ହିଣ୍ଡେନବର୍ଗର ଗୌତମ ଆଦାନୀଙ୍କୁ ସ୍କାମର ମାନ୍ୟତା ଦେଲା କିନ୍ତୁ ଏବେ ଏସଭିବି ପତନ କ୍ଷେତ୍ରରେ ଚୁପ କାହିଁକି ରହିଛି ବୋଲି ପ୍ରଶ୍ନ କରିଛନ୍ତି। ଏସବୁ କେବଳ ଭାରତୀୟ ସଂସ୍ଥାକୁ ବଦନାମ କରିବା ପାଇଁ କରାଯାଇଥିଲା । ହିଣ୍ଡେନବର୍ଗ ତାର ରିପୋର୍ଟ ମାଧ୍ୟମରେ କେବଳ ଭାରତର ଅନ୍ୟ ସଂସ୍ଥା ସହିତ ଭାରତର କୋର୍ଟକୁ ମଧ୍ୟ ବୋକା ବନାଉଛି ବୋଲି ଜଣେ ଟ୍ୱିଟର ୟୁଜର ପ୍ରକାଶ କରିଛନ୍ତି ।

ସୂଚନାମୁତାବକ ସିଲିକନ୍ ଭ୍ୟାଲି ବ୍ୟାଙ୍କ ବନ୍ଦ ହୋଇଯିବା ପରେ ୨୦୦୮ ର ସବୁଠାରୁ ବଡ ବ୍ୟାଙ୍କିଙ୍ଗ୍ ସଙ୍କଟ ପୋଷ୍ଟ ଭାବରେ ଉଭା ହୋଇଛି । ଶୁକ୍ରବାର ଦିନ ଏହାକୁ ବନ୍ଦ କରାଯାଇଥିଲା । ଏସଭିବି ଗୋଷ୍ଠୀର ଅଂଶଧନ ୭୦ ପ୍ରତିଶତ ହ୍ରାସ ପାଇଛି । କାଲିଫର୍ନିଆ ବ୍ୟାଙ୍କିଙ୍ଗ ରେଗୁଲେଟର ଏହି ବ୍ୟାଙ୍କ ବନ୍ଦ କରି ଫେଡେରାଲ ଡିପୋଜିଟ ଇନସୁରାନ୍ସ କର୍ପୋରେସନକୁ ରିସିଭର ଭାବରେ ନିଯୁକ୍ତ କରିଛି ।

ତେବେ ବ୍ୟାଙ୍କରେ ତାଲା ପଡ଼ିବା ପରେ ଏସବିବି ଗ୍ରୁପର ମୁଖ୍ୟ କର୍ମଚାରୀମାନଙ୍କୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ବ୍ୟାଙ୍କିଙ୍ଗ ରେଗୁଲେଟର ସହ ସହଭାଗୀ ଖୋଜିବା ପାଇଁ କାର୍ଯ୍ୟ ଚାଲିଛି । ସେ କହିଛନ୍ତି ଯେ ଚୁକ୍ତି ବନ୍ଦ ହୋଇଯିବାର କୌଣସି ଗ୍ୟାରେଣ୍ଟି ନାହିଁ । କିନ୍ତୁ ବର୍ତ୍ତମାନ ଫେଡେରାଲ ଜମା ବୀମା ନିଗମ (ଏଫଡିଆଇସି) ନିୟନ୍ତ୍ରଣକୁ ନେଇଛି ।

Get real time updates directly on you device, subscribe now.