fbpx

ଭାରତକୁ କରୋନା ଫେରିଲା: ୨୪ ଘଣ୍ଟାରେ ସଂକ୍ରମଣ ଦୁଇଗୁଣ, ୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ଭାଇରାସ ଭାରତକୁ ଆସିବାକୁ ଏହା ମଧ୍ୟରେ ତିନି ବର୍ଷ ପୂରି ଗଲାଣି । ସଂକ୍ରମଣ ହ୍ରାସ ପାଇବା ପରେ ଭାଇରସ ଚାଲିଗଲା ବୋଲି ଲୋକଙ୍କ ମନରେ ଧାରଣା ସୃଷ୍ଟି ହେଉଛି । ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ୍ । ଏନେଇ ପୂର୍ବରୁ ବିଶେଷଜ୍ଞମାନେ ମଧ୍ୟ ସ୍ପଷ୍ଟ ମତ ରଖିସାରିଛନ୍ତି । ନିକଟରେ ଚୀନରେ କୋଭିଡ୍ ସଂକ୍ରମଣ ବଢ଼ିବା ପରେ ବିଭିନ୍ନ ଦେଶକୁ ମାମଲା ବ୍ୟାପିଥିଲା ।

ତେବେ ଏହା ମଧ୍ୟରେ ଭାରତରେ ପୁଣି ଥରେ କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ଘଟିଛି । ମହାରାଷ୍ଟ୍ରରେ ଗତ ମଙ୍ଗଳବାର ଦିନ ୧୫୫ଟି ନୂଆ କେସ୍ ଦେଖିବାକୁ ମିଳିଥିଲା । ସୋମବାର କେସଠାରୁ ଏହି ସଂଖ୍ୟା ଦୁଇଗୁଣ ହୋଇଥିବା ଜଣାପଡ଼ିଛି । ଏଥିସହିତ ମହାମାରୀରେ ଦୁଇଜଣଙ୍କ ଜୀବନ ଚାଲିଯାଇଛି । ସୋମବାର ଦିନ ମାତ୍ର ୬୧ଟି ମାମଲା ମିଳିଥିବା ବେଳେ କାହାର ଜୀବନ ଯାଇନଥିଲା । ବର୍ତ୍ତର୍ମାନ ସୁଦ୍ଧା ରାଜ୍ୟରେ ମୋଟ ୮୧,୩୮,୬୫୩ ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୭୯,୮୯,୫୬୫ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଆକ୍ଟିଭ କେସ ୬୬୨ ରହିଥିବା ବେଳେ ପୁଣେରେ ଏହି ସଂଖ୍ୟା ୨୦୬ ରହିଛି । ଏହାପରେ ଦ୍ୱିତୀୟରେ ମୁମ୍ବାଇ ରହିଛି, ସେଠାରେ ୧୪୪ ଜଣ ରୋଗୀ ଠିକ୍ ହୋଇଥିବା ବେଳେ ଠାଣେରେ ୯୮ ଆକ୍ଟିଭ୍ କେସ୍ ମିଳିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫,୧୬୬ କରୋନା ଟେଷ୍ଟ କରାଯାଇଥିବା ବେଳେ ରିକଭରୀ ହାର ୯୮.୧୭ ପ୍ରତିଶତ ରହିଛି । ସେହିପରି ମୃତ୍ୟୁ ଦର ୧.୮୨ ପ୍ରତିଶତ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.