fbpx

‘Mujhe Chalte Jana Hai…’: ବିରୋଧୀଙ୍କୁ ଆକ୍ରମଣ ପାଇଁ BJP ଶେୟାର କଲା ଆନିମେଟେଡ୍ Video

ନୂଆଦିଲ୍ଲୀ: ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବାରୁ ବିଜେପି ସେମାନଙ୍କୁ ଆକ୍ରମଣ କରିବା ପାଇଁ ଏକ ଆନିମେଟେଡ୍ ଭିଡିଓ ଶେୟାର କରିଛି । ଏହି ଭିଡିଓରେ ୨୦୦୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପିଏମ୍ ମୋଦୀଙ୍କ ଯାତ୍ରାକୁ ଚିତ୍ରିତ କରାଯାଇଛି । ୪ ମିନିଟ ବିଶିଷ୍ଟ ଏହି ଭିଡିଓରେ ଭାରତୀୟ ଜନତା ପାର୍ଟି କେନ୍ଦ୍ର ସରକାରଙ୍କ ସମସ୍ତ ମୁଖ୍ୟ ସଫଳତାକୁ ଦର୍ଶାଇଛି । ଏଥିସହିତ ବିରୋଧୀମାନେ ପିଏମ ମୋଦୀଙ୍କୁ ‘ମୌତ କା ସୈଦାଗର’, ‘ଗୌତମ ଦାସ’, ‘ଚାଇୱାଲା’ ଆଦି ନାମରେ ଟାର୍ଗେଟ କରି ବିଫଳ ହୋଇଥିବା ବିଷୟ ମଧ୍ୟ ସେଥିରେ ସ୍ଥାନ ପାଇଛି ।

ଗୁଜରାଟର ମୁଖ୍ୟମନ୍ତ୍ରୀ ମୋଦୀ ୨୦୧୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଉପରେ ଧ୍ୟାନ ଦେଉଥିବା ନେଇ ଏହି ଭିଡିଓଟି ଆରମ୍ଭ ହୋଇଛି । ମୋଦୀ ପ୍ରଧାନମନ୍ତ୍ରୀଙ୍କ ଆସନ ଆଡ଼କୁ ଚାଲିବା ଆରମ୍ଭ କରିବା ସମୟରେ ତାଙ୍କୁ କଂଗ୍ରେସର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧି ‘ମୌତ କା ସୌଦାଗର’ କହି ସମାଲୋଚନା କରିଥିଲେ । ମୋଦୀଙ୍କୁ ‘ଚାଇୱାଲା’ କୁହାଯିବା ସହିତ ଆମେରିକା ଭିସା ନିଷେଧ ପାଇଁ ଉପହାସ କରାଯାଇଥିଲେ ବି ସେ ଭିଡିଓରେ ସମସ୍ତ ଆକ୍ରମଣକୁ ଅଣଦେଖା କରିବା ସହ ପ୍ରଧାନମନ୍ତ୍ରୀ ପଦବୀ ଅଭିମୁଖେ କ୍ରମଶଃ ଅଗ୍ରସର ହୋଇଥିଲେ ।

୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ ଓ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ୱାରା ଆମେରିକାରୁ ଏକ ଆନିମେଟେଡ୍ ବ୍ୟକ୍ତିଙ୍କ ଦ୍ୱାରା ନିମନ୍ତ୍ରଣ ମିଳିଥିଲା । ଭିଡିଓରେ ମୋଦୀ ସରକାରଙ୍କ ‘ସ୍ୱଚ୍ଛ ଭାରତ ମିଶନ’, ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’, ଉଜ୍ଜ୍ୱଳା ଯୋଜନା’, ‘ଜନ ଧନ ଯୋଜନା’, ‘ଜୀବନ ଜ୍ୟୋତି ବୀମା ଯୋଜନା’, ‘ପିଏମ୍ ଆବାସ ଯୋଜନା’ ଓ ଫସଲ ବୀମା ଯୋଜନା’ ଆଦି କାର୍ଯ୍ୟ ବିଷୟରେ ପ୍ରଦର୍ଶିତ କରାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦୀଙ୍କ ବିରୋଧରେ ରାଫେଲ ସ୍କାମ ନେଇ ଅଭିଯୋଗ ଆଣିଥିଲେ ହେଁ ମୋଦୀ ୨୦୧୯ରେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ମୋଦୀଙ୍କୁ ‘ଗୌତମ ଦାସ’, ‘ମୋଦୀ ତେରି କବର ଖୁଦେଗୀ’, ‘ନୀଚ’ ‘କକ୍ରୋଚ’, ରାବଣ’ ଆଦି ମନ୍ତବ୍ୟ ଦିଆଯାଉଥିଲେ ହେଁ ସେ ଭାରତକୁ ‘୫ ଟ୍ରିଲିୟନ୍ ଡଲାର ଇକୋନୋମି’ରେ ପରିଣତ କରିବା ଲକ୍ଷ୍ୟରେ ମୋଦୀ କାର୍ଯ୍ୟ କରୁଥିବା ଭିଡିଓର ଶେଷ ଭାଗରେ ଦେଖାଯାଇଥିଲା ।

Get real time updates directly on you device, subscribe now.