fbpx

ବିଦେଶରେ ମେଡିକାଲ ଡିଗ୍ରୀ ହାସଲ କରିଥିବା ପିଲାଙ୍କ ପାଇଁ ବଡ ଖବର, ଭାରତରେ ଡାକ୍ତରୀ କରିବା ହେବନାହିଁ ସହଜ

ନୂଆଦିଲ୍ଲୀ: ଯେଉଁ ଛାତ୍ର ବିଦେଶରେ ମେଡିକାଲ ଡିଗ୍ରୀ ହାସଲ କରି ଭାରତକୁ ଆସୁଛନ୍ତି ତାଙ୍କୁ ସର୍ବପ୍ରଥମେ ମେଡିକାଲ ଲାଇସେନ୍ସ ହାସଲ କରିବାକୁ ପଡିବ । ନଚେତ ଯେଉଁ ଦେଶରେ ଶିକ୍ଷା ହାସଲ କରିଛନ୍ତି ସେଠାରେ ଏହା ପ୍ରମାଣ କରିବାକୁ ପଡିବ ଯେ, ତାଙ୍କ ଡିଗ୍ରୀ ସେହି ଦେଶରେ ଚିକିତ୍ସା ପାଇଁ ମାନ୍ୟତାପୂର୍ଣ୍ଣ ଅଟେ । କେନ୍ଦ୍ର ସରକାର ବିଦେଶରେ ମେଡିକାଲର ପାଠକୁ ଗୁରୁତ୍ୱପୂର୍ଣ୍ଣ କରିବା ପାଇଁ ବଡ ବଡ ପଦକ୍ଷେପ ନେଉଛନ୍ତି । ଯେଉଁଥିରେ ଏହା ଅନ୍ତର୍ଭୁକ୍ତ ଅଟେ ।କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୁତ୍ର ଅନୁଯାୟୀ, କିଛି ନୂଆ ପଦକ୍ଷେପ ନିଆଯାଇ ତାକୁ କାର୍ଯ୍ୟକାରୀ କରାଯାଉଛି । ଆସନ୍ତା କିଛି ବର୍ଷରେ ଡିଗ୍ରୀକୁ ନେଇ ବିଦେଶରୁ ଫେରୁଥିବା ଛାତ୍ର ଏହି ନୂଆ ପଦକ୍ଷେପ ଦେଇ ଗତି କରିବାକୁ ପଡିବ । ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ଏହାର ଯାଞ୍ଚ କରିବ ।

ପ୍ରଥମତଃ ସେହି ଛାତ୍ରକୁ ପ୍ରମାଣିତ କରିବାକୁ ପଡିବ ଯେ, ତାଙ୍କ ଡିଗ୍ରୀ ସେହି ଦେଶରେ ଚିକିତ୍ସକ ରୂପରେ କାର୍ଯ୍ୟ କରୁଛି । ସେଥିପାଇଁ ତାଙ୍କୁ ସେହି ଦେଶର ନିୟାମକ ସଂସ୍ଥାର ସମକ୍ଷ ନିଜର ରେଜିଷ୍ଟ୍ରେସନ କରିବାକୁ ପଡିବ । ଯାହାର କାଗଜପତ୍ର ଏନଏମସି ସମକ୍ଷ ଦାଖଲ କରିଯିବା ଆବଶ୍ୟକ । ପ୍ରକୃତରେ ସରକାରଙ୍କୁ ସୂଚନା ମିଳିଛି ଯେ, କିଛି ଦେଶରେ ଏପରି ଡିଗ୍ରୀ ଦିଆଯାଉଛି ଯାହା ସେଠାରେ ଚିକିତ୍ସା ପାଇଁ ଯୋଗ୍ୟ ନୁହେଁ ବା କିଛି ସୀମିତ ଚିକିତ୍ସା ପାଇଁ ମାନ୍ୟ ଅଟେ । ଅନ୍ୟପଟେ ଏନଏମସି ଏହାପାଇଁ ଏକ ବିଷୟ ଜାରୀ କରିଛି । ଡିଗ୍ରୀର ଅବଧି ୫୪ ମାସ ଏବଂ ସେହି ସଂସ୍ଥାରେ ଏକ ବର୍ଷର ଇଣ୍ଟର୍ଣ୍ଣସିପ୍ ଅନିବାର୍ଯ୍ୟ କରାଯାଇଛି ।

ଏହା ବ୍ୟତୀତ ମେଡିକାଲର ଡିଗ୍ରୀ କେବଳ ଇଂରାଜୀ ମାଧ୍ୟମରେ ହେବା ଆବଶ୍ୟକ । କାରଣ ଋଷ ଏବଂ ଚୀନ ସମେତ କିଛ ଦେଶ ନିଜ ଭାଷାରେ ମେଡିକାଲ ପାଠ୍ୟକ୍ରମ ଚଳାଇଛି । ସେହି ଡିଗ୍ରୀ ବର୍ତ୍ତମାନ ଭାରତରେ ଚାଲିବ ନାହିଁ । ତେବେ ଏପରି ଡିଗ୍ରୀ ଯଦି ନେଇଛନ୍ତି ତେବେ ତାଙ୍କୁ ପ୍ରଥମେ ନିଟ୍ ପାସ କରିବାକୁ ପଡିବ । ତେବେ ଏହି ପାରାମିଟରକୁ ପୁରା କରୁଥିବା ଛାତ୍ରମାନଙ୍କୁ ଦେଶରେ ବିଦେଶ ମେଡିକାଲ ଗ୍ରାଜୁଏଟ୍ ପାଇଁ ଆୟୋଜିତ ହେଉଥିବା ଟେଷ୍ଟରେ ବସିବା ପାଇଁ ଅନୁମତି ମିଳିବ ଏବଂ ଟେଷ୍ଟ କରିବା ପରେ ଏକ ବର୍ଷର ଇଣ୍ଟର୍ଣ୍ଣ କରିବାକୁ ପଡିବ । ଏହାପରେ ଯାଇ ଲାଇସେନ୍ସ ମିଳିବ । ପ୍ରତିବର୍ଷ ଦଶ ହଜାର ଛାତ୍ର ଡିଗ୍ରୀ କରିବା ପାଇଁ ଅନ୍ୟ ଦେଶକୁ ଯାଉଛନ୍ତି । ସେଥିପାଇଁ ଦେଶରେ ଆଡମିସନ୍ ମିଳିବାରେ ଅସୁବିଧା ଏବଂ କୋର୍ସ ଫି ବଢିବାରେ ଲାଗୁଛି ।

Get real time updates directly on you device, subscribe now.