fbpx

Land For Job Scam : ଆଜି କୋର୍ଟରେ ହେବେ ହାଜର ପୂର୍ବତନ ସିଏମ୍ ଲାଲୁ ଯାଦବ, ରାବ୍ରି ଦେବୀ ଏବଂ ଝିଅ ସୀମା ଭାରତୀ

ନୂଆଦିଲ୍ଲୀ : ଦିଲ୍ଲୀ ଚାକିରି ବଦଳରେ ଜମି ଦେବା ପ୍ରସଙ୍ଗରେ ବିହାରର ପୂର୍ବତନ ସିଏମ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରି ଦେବୀ ଏବଂ ଝିଅ ସୀମା ଭାରତୀ ବୁଧବାର ଦିଲ୍ଲୀ କୋର୍ଟରେ ହାଜର ହେବେ। ଚାକିରି ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏମାନଙ୍କ ସମେତ ମୋଟ ୧୬ ଅଭିଯୁକ୍ତଙ୍କୁ ଡକାଇଛନ୍ତି।

ସିବିଆଇ ଚାର୍ଜସିଟ୍ ଆଧାରରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ହାଜର ହେବାକୁ ସମନ ପଠାଇଥିଲେ । ଅଭିଯୋଗ ହୋଇଛି ଯେ ୨୦୦୪ ରୁ ୨୦୦୯ ମଧ୍ୟରେ ଯେତେବେଳେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିଲେ, ସେତେବେଳେ ରେଳବାଇର ବିଭିନ୍ନ ଜୋନ୍ ରେ ୧୨ ଜଣଙ୍କୁ ଗ୍ରୁପ୍ ଡି ଚାକିରି ଦିଆଯାଇଥିଲା। ଚାକିରି ବଦଳରେ ସେମାନଙ୍କ ଜମି ନିଆଯାଇଥିଲା।

ଏହି ମାମଲାରେ ଲାଲୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସିବିଆଇ କ୍ରମାଗତ ଭାବେ ପଚରାଉଚରା କରୁଛି। ସିବିଆଇ ଟିମ୍ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀରେ ପଚରାଉଚରା କରିଥିଲା। ଏଥିସହିତ ସିବିଆଇ ଟିମ୍ ମଧ୍ୟ ବିହାରର ରାବ୍ରି ଦେବୀଙ୍କ ବାସଭବନକୁ ଯାଇ ତଦନ୍ତ ପାଇଁ ଯାଇଥିଲେ। ଲାଲୁଙ୍କ ପୁଅ ତଥା ଡେପୁଟି ସିଏମ୍ ତେଜସ୍ୱୀ ଯାଦବ ଏହି କାର‌୍ୟ୍ୟକୁ ରାଜନୈତି ପଦକ୍ଷେପ ବୋଲି କହିଛନ୍ତି। ଏହି ମାମଲାରେ ଲାଲୁ ଏବଂ ତାଙ୍କ ପରିବାର ବ୍ୟତୀତ ମୋଟ ୧୬ ଜଣ ଅଭିଯୁକ୍ତ ଅଛନ୍ତି। ସିବିଆଇ ଟିମ୍ ମଧ୍ୟ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ପଚରାଉଚରା ପରେ ଲାଲୁ ପ୍ରସାଦ, ତାଙ୍କ ପତ୍ନୀ ରାବ୍ରି ଦେବୀ ଏବଂ ଝିଅ ସୀମା ଭାରତୀଙ୍କୁ ମାର୍ଚ୍ଚ ୧୫ ଅର୍ଥାତ୍ ଆଜି କୋର୍ଟରେ ହାଜର ହେବାକୁ କୁହାଯାଇଥିଲା।
ଇଡି ଦଳ ମଧ୍ୟ ଏହି ଘଟଣାର ତଦନ୍ତ କରୁଛନ୍ତି। ତଦନ୍ତ ସମୟରେ ଲାଲୁ ପ୍ରସାଦ ଯାଦବ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀ ଏବଂ ଏନସିଆରରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏଥି ସହିତ ଇଡି ମୁମ୍ବାଇ, ପାଟନା ଏବଂ ରାଞ୍ଚିରେ ଅନେକ ସ୍ଥାନରେ ଚଢାଉ କରିଥିଲା ।

Get real time updates directly on you device, subscribe now.