fbpx

କାଲି ରାଜ ରାସ୍ତାରେ ଗଡିବ ନାହିଁ ଅଟୋ, ଷ୍ଟିଅରିଂ ଛାଡ ଆନ୍ଦୋଳନରେ ସାମିଲ ହେବେ ଅଟୋ ଚାଳକ

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ଷ୍ଟିଅରିଂ ଛାଡ ଆନ୍ଦୋଳନ । ଡ୍ରାଇଭରମାନଙ୍କ ପାଇଁ ବୀମା ଓ ପେନସନ୍ ସୁବିଧା, ସମାଜିକ ନିରାପତ୍ତା, ରାସ୍ତାକଡରେ ଶୌଚାଳୟ ଓ ବିଶ୍ରାମଗାର ନିର୍ମାଣ ସମେତ ୧୦ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଓହ୍‌ଲାଇଛନ୍ତି । ଶହ ଶହ ସଂଖ୍ୟାରେ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଓଡିଶାର ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଆଜି କିଛି ଅଟୋଚାଳକ ଏହି ଆନ୍ଦୋଳନକୁ ମାନି ନଥିବା ବେଳେ ଅଟୋ ଚଳାଚଳ ଚାଲିଥିଲା । କିନ୍ତୁ କଲି ଅଟୋ ଚାଳକ ମାନେ ବନ୍ଦ ଡାକରା ଦେଇଛନ୍ତି । ଭୁବନେଶ୍ୱର ସ୍ମାର୍ଟ ସିଟି ଅଟୋ ଅନ୍ଲାଇନ ଅଟୋ ସଙ୍ଘ ତରଫ ରୁ ବନ୍ଦ ଡାକରା ଦିଆଯାଇଛି । ଆଜି ଆନ୍ଦୋଳନ ରେ ଯେଉଁଭଳି ଅପମାନ କରାଯାଇଥିଲା ତାହା ପାଇଁ ଗତ କାଲି ଅଟୋ ଚାଳକ ବନ୍ଦ ଡାକରା ଦେଇଛନ୍ତି ।

ସୂଚନାମୁତାବକ ଯାତ୍ରୀମାନଙ୍କର ଯେପରି କିଛି ଅସୁବିଧା ନ ହେବ ସେଥିପ୍ରତି ମଧ୍ୟ ଦିଆଯାଇଥିଲା । ଅପ୍ରତିକର ପରିସ୍ଥିତି ସୃଷ୍ଟି ହୁଏ ସେ ପ୍ରତି ଧ୍ୟାନ ଦେବାକୁ ପୋଳିସ କମିଶନର ପକ୍ଷରୁ କୁହାଯାଇଥିଲା । ଡ୍ରାଇଭର ସଙ୍ଘର ଷ୍ଟିୟରିଂ ଛାଡ଼ ଧର୍ମଘଟକୁ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଡ୍ରାଇଭର ସଙ୍ଘର ଦାବିଗୁଡ଼ିକ ସଂକ୍ରାନ୍ତ୍ରରେ ଆଲୋଚନା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

ସେ କହିଛନ୍ତି ଏହି ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ହଇରାଣ ହେଉଛନ୍ତି। ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ଧର୍ମଘଟ ନ କରିବା ପାଇଁ ଗତକାଲି ଡ୍ରାଇଭର ସଙ୍ଘକୁ ନିବେଦନ କରାଯାଇଥିଲା। ତେବେ ସରକାରଙ୍କ କଥାକୁ ଖାତିର କରି ନଥିଲେ ଡ୍ରାଇଭର ମହାସଂଘ। ତେଣୁ ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ ଜାରି ରହିଛି। ଆଉ କାଲି ଅଟୋଚାଳକ ମାନେ ମଧ୍ୟ ଆନ୍ଦୋଳନ କରିବେ।

ତେବେ ଆନ୍ଦୋଳନ ସମୟରେ ଜରୁରୀକାଳିନ ସେବାରେ ନିୟୋଜିତ ଯାନବାହନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଦ୍‍ ଦିଆଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.