fbpx

FCI Recruitment:ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆରେ ବିନା ପରୀକ୍ଷାରେ ଚାକିରି ପାଇବାର ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଚାକିରୀ ଖୋଜୁଥିବା ପ୍ରାର୍ଥୀ ମାନଙ୍କ ପାଇଁ ଖୁସି ଖବର । ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । ଏଥିପାଇଁ ଏଫସିଆଇ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଏବଂ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ କରିଛି। ଯେଉଁ ପ୍ରାର୍ଥୀମାନେ ଆଗ୍ରହୀ ଏବଂ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ସେମାନେ ଏହାର ଅଫିସିଆଲ୍ ୱେବସାଇଟ୍, fci.gov.in ପରିଦର୍ଶନ କରି ଆବେଦନ କରିପାରିବେ । ତେବେ ଇଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଏପ୍ରିଲ୍ ୩ କିମ୍ବା ପୂର୍ବରୁ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୬ ଟି ପଦବୀ ପୂରଣ ହେବ।

ଚୟନପ୍ରକ୍ରିୟା :ଏହି ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ମନୋନୀତ ହେବେ ।

ଦରମା:ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ଏହି ଦୁଇ ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ୬୦,୦୦୦- ୧,୮୦,୦୦୦ ଟଙ୍କା ଦରମା ପ୍ରଦାନ କରାଯିବ।

ଯୋଗ୍ୟତା :

ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର : ପ୍ରାର୍ଥୀମାନେ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ କିମ୍ବା ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଏହାର ସମାନ ଯୋଗ୍ୟତା ପାଇବା ଉଚିତ୍ । ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦବୀରେ ସର୍ବନିମ୍ନ ପାଞ୍ଚ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିବା ଆବଶ୍ୟକ ।

ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର: ପ୍ରାର୍ଥୀମାନେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ / ମେକାନିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ଉଚିତ କିମ୍ବା ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଏହାର ସମାନ ଯୋଗ୍ୟତା ରହିବା ଉଚିତ୍ । ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦବୀରେ ସର୍ବନିମ୍ନ ପାଞ୍ଚ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିବା ଆବଶ୍ୟକ ।

Get real time updates directly on you device, subscribe now.