fbpx

ଘରେ ବସି କିପରି ପାଇବେ VIP Mobile Number ? ଏପରି କରନ୍ତୁ ଆବେଦନ, ଲାଗିବନି ଅତିରିକ୍ତ ଚାର୍ଜ

ନୂଆଦିଲ୍ଲୀ: ଆମେ ଯେତେ ବି ଦୂରେଇବାକୁ ଚେଷ୍ଟା କଲେ ବି VIP ସଂସ୍କୃତି ଆମ ସମାଜରେ ଗଭୀର ଭାବରେ ଜଡ଼ିତ ହେବାରେ ଲାଗିଛି । କିଛି VIP ଭାବରେ ବ୍ୟବହାର କରନ୍ତି ତ’ କିଛି ଲୋକ ଭିଆଇପି ମୋବାଇଲ ନମ୍ବରର ସନ୍ଧାନ କରନ୍ତି । ଯଦି ଆପଣ ଏକ ଭିଆଇପି ଫୋନ୍ ନମ୍ବର ଚାହୁଁଛନ୍ତି, ତେବେ ଏହି ପ୍ରକ୍ରିୟା ବହୁତ ସହଜ ଏବଂ ଘରେ ବସି ଆପଣ ଏହାକୁ କରିପାରିବେ  । ପୂର୍ବରୁ ଭିଆଇପି ନମ୍ବର ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଥିଲା, କିନ୍ତୁ ବର୍ତ୍ତମାନ ତାହା ନୁହେଁ  । ଏହି ଖବର ଭୋଡାଫୋନ୍ ଆଇଡିଆ (ଠଓ) ବ୍ୟବହାରକାରୀଙ୍କ ପାଇଁ ରହିଛି । ଯଦି ଆପଣ ଭିଆଇପି ନମ୍ବର କିଣିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ବେସିକ୍ ପ୍ରୋସେସ୍ ବିଷୟରେ ଜାଣିବା ଉଚିତ୍  । ଯେଉଁମାନେ ଏହା ଜାଣନ୍ତି ସେମାନେ ମାଗଣାରେ ଫ୍ୟାନ୍ସି ସିମ୍ ନମ୍ବର ହାସଲ କରିଥାନ୍ତି  ।

 

ଏହାର ପ୍ରକ୍ରିୟା କ’ଣ?

ଏବେ ଆପଣ ଚାହୁଁଥିବା ଫୋନ୍ ନମ୍ବର ପାଇବା ପାଇଁ ହଜାରେ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ  । ଭିଆଇ ବ୍ୟବହାରକାରୀଙ୍କ ପାଇଁ ଭାରତରେ ଭିଆଇପି ମୋବାଇଲ୍ ନମ୍ବର କିଣିବାର ଉପାୟ ବିଷୟରେ କୁହାଯାଇଛି । ପ୍ରଥମେ ଆପଣଙ୍କୁ ଭୋଡାଫୋନର ଅଫିସିଆଲ୍ ୱେବସାଇଟକୁ ଯିବାକୁ ପଡିବ  । ନୂଆ ସଂଯୋଗ ଏବଂ ତା’ପରେ ଫ୍ୟାନି୍ସ ମୋବାଇଲ୍ ନମ୍ବର ଉପରେ କ୍ଲିକ୍ କରନ୍ତୁ  । ଏହା ପରେ ଆପଣଙ୍କୁ ଆପଣଙ୍କର ପିନ୍ କୋଡ୍ ଏବଂ ମୋବାଇଲ୍ ନମ୍ବର ଏଣ୍ଟର କରିବାକୁ ପଡିବ  । ଏହା ପରେ ଆପଣଙ୍କୁ ମାଗଣା ପ୍ରିମିୟମ୍ ମୋବାଇଲ୍ ନମ୍ବର ତାଲିକାରୁ ନିଜ ପାଇଁ ଏକ ନମ୍ବର ବାଛିବାକୁ ପଡିବ  । ଏହି ପ୍ରକ୍ରିୟା ପରେ ଓଟିପି ଆସିବ ଓ ନୂଆ ସଂଯୋଗ ସହିତ ଆପଣଙ୍କୁ ଭିଆଇପି ନମ୍ବର କିଣିବାକୁ ପଡିବ  ।

 

ଭିଆଇ ଭୋଡାଫୋନ୍ ଆଇଡିଆରେ ଏହି ସୁବିଧା ମିଳୁଛି :-

 

ଏବେ ଭିଆଇ (ଭୋଡାଫୋନ୍-ଆଇଡିଆ) ଏହି ଯୋଜନା ପ୍ରଦାନ କରୁଛି  । ଏହି କମ୍ପାନୀ ଗ୍ରାହକଙ୍କୁ ମାଗଣାରେ ଭିଆଇପି ନମ୍ବର ଦେଉଛି  । ଏଥିପାଇଁ ଆପଣଙ୍କଠାରୁ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯିବ ନାହିଁ  । ଆପଣ ମୋବାଇଲ୍ ନମ୍ବର ଘରକୁ ମଧ୍ୟ ମଗାଇପାରିବେ  ।

Get real time updates directly on you device, subscribe now.