fbpx

ମଦ ସହିତ ଏବେ ଗୁଟଖା ଓ ପାନ ମସାଲା ବିକ୍ରି ଉପରେ ଲାଗିବ ରୋକ୍: ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ବ୍ୟାନ୍

ପାଟନା: ବିହାରରେ ମଦ ପିଇବା ଏବଂ ବିକ୍ରି କରିବା ଏକ ଆଇନଗତ ଅପରାଧ । ଯଦି ଆପଣ ରାଜ୍ୟରେ ମଦ ବିକ୍ରି କରୁଥିବା ବେଳେ କିମ୍ବା ପିଉଥିବା ଧରାପଡନ୍ତି, ତେବେ ଆପଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି । ଏହା ସହିତ ରାଜ୍ୟରେ ଗୁଟଖା ଏବଂ ପାନ ମସାଲା ବିକ୍ରି ଉପରେ ପ୍ରତିବନ୍ଧକ ଲାଗିଛି ।

ରାଜ୍ୟ ସରକାର ଏହି ପ୍ରତିବନ୍ଧକକୁ ଆହୁରି ବଢ଼ାଇ ଦେଇଛନ୍ତି । ଗତ ବର୍ଷ ମଧ୍ୟ ସରକାର ପାନ ମସାଲା ଏବଂ ଗୁଟଖା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ଅବଧି ୩୧ ମାର୍ଚ୍ଚରେ ଶେଷ ହେଉଥିଲା । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମଧ୍ୟ ସରକାର ଏହାକୁ ଆଉ ଏକ ବର୍ଷ ବୃଦ୍ଧି କରିଛନ୍ତି ।

ଏକ ନିଷ୍ପତ୍ତି ନେଇ ବିହାର ସରକାର ଆସନ୍ତା ଏକ ବର୍ଷ ପାଇଁ ଗୁଟଖା ଏବଂ ପାନ ମସାଲା ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । ଖାଦ୍ୟ ସୁରକ୍ଷା କମିଶନର ସେନଥିଲ କୁମାର ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁସାରେ, ସ୍ୱାସ୍ଥ୍ୟ ବିଭାଗ ଆସନ୍ତା ଏକ ବର୍ଷ ପାଇଁ ଗୁଟଖା ପାନ ମସାଲାର ବିକ୍ରି ତଥା ସଂରକ୍ଷଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛି । ଏହି ନିର୍ଦ୍ଦେଶ ଜାରି କରି ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ପ୍ରଥମ ପ୍ରାଥମିକତା ହେଉଛି ଲୋକଙ୍କ ସ୍ୱାସ୍ଥ୍ୟ ।

ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏହି ଆଦେଶ ଉଲ୍ଲଂଘନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାପୂର୍ବରୁ ବିହାର ସରକାର ଗୁଟଖା ଏବଂ ପାନ ମସଲା ବିକ୍ରିକୁ ଏକ ବର୍ଷ ପାଇଁ ବାରଣ କରିଥିଲେ । ଗୋଟିଏ ବର୍ଷ ପୂରଣ ହେବା ପରେ ସରକାର ପୁଣିଥରେ ଗୁଟଖା-ପାନ ମସାଲା ବିକ୍ରୟ ଏବଂ ସଂରକ୍ଷଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

Get real time updates directly on you device, subscribe now.