fbpx

ସହିଦ ଭଗତ ସିଂହଙ୍କୁ ଫାଶୀ ମିଳିଥିବା ସ୍ଥାନରେ ଏବେ କ’ଣ ଅଛି? ପାକିସ୍ତାନ ତିଆରି କରିଛି…

ନୂଆଦିଲ୍ଲୀ: ଆଜି ହେଉଛି ସହିଦ ଦିବସ । ଭାରତର ସ୍ୱାଧୀନତା ପାଇଁ ଲଢେଇ କରି ପ୍ରାଣ ବଳି ଦେଇଥିବା ବୀର ପୁରୁଷମାନଙ୍କୁ ସମ୍ମାନ କରିବାର ଏକ ଗୌରବ ମୁହୂର୍ତ୍ତ । ୧୯୩୧ ମସିହା ଆଜିର ଦିନରେ ୨୩ ବର୍ଷୀୟ ଜଣେ ବୀର ଯୋଦ୍ଧାଙ୍କୁ ଫାଶୀ ଦେଇ ହତ୍ୟା କରିଥିଲା ବ୍ରିଟିଶରାଜ୍ । କିନ୍ତୁ ମୃତ୍ୟୁ ପର୍ଯ୍ୟନ୍ତ ଇଂରେଜ ଆଗରେ ମୁଣ୍ଡ ନୁଆଁ ନଥିଲେ ସେହି ସାହସୀ ଯୁବକ । ଶେଷରେ କ୍ରୁରତାର ସୀମା ଟପି ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲା ଇଂରେଜ । ଆଉ ସେହି ଦିନରୁ ସେହି ଯୁବକର ନାଁ ପାଲଟିଗଲା ସହିଦ ଭଗତ ସିଂହ । ତାଙ୍କରି ମୃତ୍ୟୁର ଦିନକୁ ଭାରତ ସହିଦ ଦିବସ ଭାବେ ପାଳନ କରି ଆସୁଛି । ତେବେ ଆସନନ୍ତୁ ଜାଣିବା ଭଗତ ସିଂହଙ୍କୁ ଫାଶୀ ଦିଆଯାଇଥିବା ସ୍ଥାନ ବିଷୟରେ ।

ଲାହୋରର ସେଣ୍ଟ୍ରାଲ ଜେଲରେ ସହିଦ ଭଗତ ସିଂହଙ୍କ ସହ ରାଜଗୁରୁ ଏବଂ ସୁଖଦେବଙ୍କୁ ଫାଶୀ ଶୁଣାଇଥିଲା ବ୍ରିଟିଶ ଶାସନ । ତେବେ ବର୍ତ୍ତମାନ ଏହି ସ୍ଥାନ ପହୋଶୀ ରାଷ୍ଟ୍ର ପାକିସ୍ତାନରେ ଅବସ୍ଥିତ । ଭାରତରେ ଏହି ସ୍ଥାନ ରହିଥିଲେ, ଏହାର ହେପାଜତ ପାଇଁ ସରକାର କିଛି ବ୍ୟବସ୍ଥା ନିଶ୍ଚୟ କରିଥାନ୍ତେ । କିନ୍ତୁ ପାକିସ୍ତାନ ସରକାର ଏହି ସ୍ଥାନ ଉପରେ ଏକ ମସଜିଦ ପ୍ରସ୍ତୁତ ତିଆରି କରି ଦେଇଛନ୍ତି । କେବଳ ସେତିକି ନୁହେଁ ଏହି ସ୍ଥାନ ବର୍ତ୍ତମାନ ଖୁବ ଦୁର୍ବ୍ୟବସ୍ଥାରେ ପଡି ରହିଥିବା ମଧ୍ୟ ଜାଣିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ଭାରତର ବୀର ରାଜଗୁରୁ, ସୁଖବୀର ଏବଂ ଭଗତ ସିଂହଙ୍କୁ ଯେଉଁ ସ୍ଥାନରେ ଫାଶୀ ହୋଇଥିଲା ସେହି ସ୍ଥାନ ଏବେ ଦୁରାବସ୍ଥାରେ ଦେଖାଯାଇଛି । ଏହାବ୍ୟତୀତ ଯେଉଁ କୋଠରୀରେ ଏହି ମହାପୁରୁଷମାନଙ୍କୁ ରଖାଯାଇଥିଲା, ସେହି ଘର ଗୁଡିକର କାନ୍ଥ ମଧ୍ୟ ଭୁଷୁଡି ପଡିବା ପରେ ମାଟିରେ ମିଶିବାକୁ ବସିଲାଣି । ତେବେ ଏହାର ସାମନାରେ ଏକ କଲୋନୀ ସୃଷ୍ଟି ହୋଇଛି ଏବଂ ଏହାର ନାମ ରହିଛି ଶାଦମା କଲୋନୀ । ଭଗତ ସିଂହଙ୍କ ସମାଧିର ଏତେ ପାଖରେ ଥାଇ ମଧ୍ୟ ତାଙ୍କ ବିଷୟରେ କିଛି ଜାଣି ପାରି ନାହାନ୍ତି ଏହି କଲୋନୀର ପିଲାମାନେ । ତେବେ ବଦଳିନି ଗୋଟିଏ ଜିନିଷ, ତାହାହେଉଛି ସେତେବେଳର ପୋଲିସ ହେଡକ୍ୱାର୍ଟର । ଭଗତ ସିଂହଙ୍କ ମୃତ୍ୟୁ ସମୟରେ ସେଠାରେ ଥିବା ପୋଲିସ ହେଡକ୍ୱାର୍ଟର ଏବେ ବି ସେଠାରେ ରହିଛି ।

Get real time updates directly on you device, subscribe now.