fbpx

ଜମାଲପୁରରେ ଜଣଙ୍କଠାରୁ ବ୍ୟାପିଲା କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି

ଲୋକଙ୍କର ଟିକେ ବି ଭୁଲ କରୋନା ବ୍ୟାପିବାରେ ମାଧ୍ୟମ ହୋଇପାରେ । ସେହିପରି ମୁଙ୍ଗେର ଜିଲ୍ଲା ଜମାଲପୁରରେ ଗତ ୧୫ ଏପ୍ରିଲରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିବା ଜଣେ ୬୦ ବର୍ଷିୟ ବୃଦ୍ଧଙ୍କଠାରୁ ସେଠାରେ କରୋନା ଆରମ୍ଭ ହୋଇଥିବା ବେଳେ ଏବେ ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଜିଲ୍ଲାରେ କରୋନା ସଂଖ୍ୟା ୬୮କୁ ବୃଦ୍ଧି ପାଇଥିବା ବେଳେ ଏବେ ସେଥିରୁ ୫୬ ଜଣ ଆକ୍ଟିଭ୍ ଅଛନ୍ତି । ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କର ନମୁନା ପରୀକ୍ଷାର ରିପୋର୍ଟ ଆସିନାହିଁ । କରୋନା ରିପୋର୍ଟ ଲଗାତାର ବଢୁଥିବା ଦେଖି ସଦର ବଜାର ସହ ତାର ୩ କିଲୋମିଟର ବ୍ୟବଧାନରେ ଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରିଛି ପ୍ରଶାସନ ।

Get real time updates directly on you device, subscribe now.