fbpx

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବନିଯୁକ୍ତ ଡିଜିପି ଅଭୟ

ଭୁବନେଶ୍ୱର, ୧୧ା୧୨(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନବନିଯୁକ୍ତ ଡିଜିପି ଅଭୟ । ଲୋକକୈନ୍ଦ୍ରିକ ସେବା ପ୍ରଦାନକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି । ମୋ ସରକାର ଓ ୫ଟି କାର୍ଯ୍ୟକାରୀ କରିବାକୁ ମଧ୍ୟ ସେ ଡିଜିପିଙ୍କୁ କହିଛନ୍ତି । ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ୯ତାରିଖ ଦିନ ଆଇପିଏସ ଅଭୟ ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । କଟକ ପୋଲିସ ମୁଖ୍ୟାଳୟରେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା । ୧୯୮୬ ବ୍ୟାଚ ଆଇପିଏସ ଅଭୟ ଜାତୀୟ ପୋଲିସ ଏକାଡ଼େମୀର ନିର୍ଦ୍ଦେଶକ ଥିଲେ । ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଭାବେ କାର୍ଯ୍ୟ କରିଥିଲେ । ସିଆରପିଏଫର ଅତିରିକ୍ତ ଡିଜି(ତାଲିମ) ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେତିକି ନୁହେଁ ସିବିଆଇରେ ମଧ୍ୟ କାର୍ଯ୍ୟ କରିବାର ତାଙ୍କର ଅଭିଜ୍ଞତା ରହିଛି ।

Get real time updates directly on you device, subscribe now.