fbpx

ପାର୍କରେ ଏକା ବସିଥିବା ଯୁବତୀଙ୍କୁ ଉଠାଇ ନେଇ, ଚଳନ୍ତା ଗାଡିରେ ଗ୍ୟାଙ୍ଗରେପ୍ , ୪ ଗିରଫ

ବାଙ୍ଗାଲୋର : ବେଙ୍ଗାଲୁରୁର କୋରାମଙ୍ଗାଲା ଅଞ୍ଚଳରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ପାର୍କରେ ବସିଥିବା ଜଣେ ଏକଲା ବ୯ ବର୍ଷୀୟ ଯୁବତୀଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା । ତା’ପରେ ଚଳନ୍ତା ଗାଡିରେ ଦୁର୍ବୃତ୍ତମାନେ ତାଙ୍କ ସହ ୪ ଘଣ୍ଟା କାଳ ଗ୍ୟାଙ୍ଗରେପ୍ କରିଥିଲେ । ବର୍ତ୍ତମାନ ବଳାତ୍କାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।

ପୋଲିସ କହିଛି ଯେ ମାର୍ଚ୍ଚ ୨୫ ତାରିଖ ରାତି ପ୍ରାୟ ୧୦ ଟା ସମୟରେ କୋରାମଙ୍ଗାଲାର ‘ନ୍ୟାସନାଲ ଗେମ୍ସ ଗ୍ରାମ ପାର୍କ’ରେ ବସିଥିବା ମହିଳାଙ୍କୁ ଚାରି ଜଣ ବ୍ୟକ୍ତି ଅପହରଣ କରି ନେଇଥିଲେ। ମାମଲା ସାମ୍ନାକୁ ଆସିବା ପରେ ତୁରନ୍ତ ପୋଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବର୍ତ୍ତମାନ ଏହି ମାମଲାରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ପୀଡିତା ଏକ ଘରୋଇ ଫାର୍ମରେ କାମ କରନ୍ତି। ମାର୍ଚ୍ଚ ୨୫ ରେ ରାତି ପ୍ରାୟ ୯.୩୦ ସମୟରେ ସେ କୋରାମଙ୍ଗାଲାର ଏନଜିଏଫ ରେ ଜଣେ ସାଙ୍ଗଙ୍କ ସହ ପାର୍କରେ ବସିଥିଲେ। ତା’ପରେ ଜଣେ ଅଭିଯୁକ୍ତ ଦୁହିଁଙ୍କୁ ଦେଖି ସେଠାରେ ବସି ସେମାନଙ୍କୁ ପଚରାଉଚରା ଆରମ୍ଭ କରିଥିଲେ। ଏହି ସମୟରେ ଗଣ୍ଡୋଗଳ ପରିସ୍ଥିତି ସୃଷ୍ଟି ହୋଇଥିଲେ । ଯୁକ୍ତିତର୍କ ପରେ ଅଭିଯୁକ୍ତ ପାର୍କ ଛାଡିଥିଲେ। କିଛି ସମୟ ପରେ ଯୁବତୀଙ୍କ ସାଙ୍ଗ ମଧ୍ୟ ତାଙ୍କୁ ସେଠାରେ ଛାଡି ନିଜ ଘରକୁ ଚାଲିଗଲେ। କିଛି ସମୟ ପରେ ଅଭିଯୁକ୍ତ ତାଙ୍କ ଦୁଇ ସାଙ୍ଗଙ୍କ ସହ ପାର୍କକୁ ଫେରି ଆସିଥିଲେ। ସେମାନେ ଝିଅଟି ଏକାକୀ ବସିଥିବାର ଦେଖିଲେ ଏବଂ ପୁନର୍ବାର ତାଙ୍କ ସହ ଯୁକ୍ତିତର୍କ ଆରମ୍ଭ କଲେ। ଏହି ସମୟରେ ଅନ୍ୟ ଜଣେ ଅଭିଯୁକ୍ତ କାର ଯୋଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତା’ପରେ ସେମାନେ ରାତି ପ୍ରାୟ ୧୧ ଟା ସମୟରେ ଝିଅଟିକୁ କାର ଭିତରକୁ ଟାଣି ନେଇ ଗ୍ୟାଙ୍ଗରେପ୍ କରିଥିଲେ ।

Get real time updates directly on you device, subscribe now.