fbpx

ବଜାଜର ନୂଆ ଏୟାର କୁଲର୍ ରେଞ୍ଜର୍ ଶୁଭାରମ୍ଭ

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ କ୍ୟୁମର ଆପ୍ଲାଏନ୍ସେସ୍ ବ୍ରାଣ୍ଡ ବଜାଜ୍, ‘ଡ୍ୟୁରାମାରାଇନ୍ ପମ୍ପ’ ସହ ସୁସଜ୍ଜିତ ଏହାର ନୂତନ ରେର ଏୟାର କୁଲର୍ର ଉନ୍ମୋଚନ କରିଛି । ଏହି ନୂଆ ରେ ସ୍ଥିରତା ପ୍ରତିଶ୍ରୁତି ଉପରେ ଆଧାରିତ ହୋମ୍ ଆପ୍ଲାଏନ୍ସର ଏକ ସତେଜ ପୋର୍ଟଫୋଲିଓର ଅଂଶ ଅଟେ ଏବଂ ଏହା ଉଚ୍ଚ ସହନଶୀଳ, ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଆକର୍ଷଣୀୟ ଓ କମ୍ ରକ୍ଷଣାବେକ୍ଷଣଯୁକ୍ତ ଅଟେ । ଦୀର୍ଘ ସମୟର ଆର୍ଦ୍ରତା ଓ ଖରାପ ଇନ୍ସୁଲେଶନ କାରଣରୁ ପମ୍ପରେ କ୍ଷୟ ସୃଷ୍ଟି ହୋଇଥାଏ ।

ଉପଭୋକ୍ତା କୈନ୍ଦ୍ରିକତା ଦିଗରେ ଏହାର ପ୍ରତିବଦ୍ଧତା ପ୍ରତି ବାସ୍ତବ ରହି ବ୍ରାଣ୍ଡ ଏହାର ଏୟାର କୁଲର୍ ରେକୁ ରିଫ୍ରେଶ୍ କରିଛି ଯାହା ଉପଭୋକ୍ତାଙ୍କୁ ଏକ ଆନନ୍ଦଦାୟକ ଗ୍ରୀଷ୍ଟ ଋତୁ ପାଇଁ ସକ୍ଷମ କରୁଛି । ଉନ୍ମୋଚନ ଅବସରରେ ବଜାଜ ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ର କ୍ୟୁମର ପ୍ରଡକ୍ଟ ବିଜ୍ନେସ୍ର ଚିଫ୍ ଅପରେଟିଂ ଅଫିସର ରବିନ୍ଦ୍ର ସିଂହ ନେଗି କହିଛନ୍ତି, ‘ ଚଳିତ ଗ୍ରୀଷ୍ମ ଋତୁରେ ଆମେ ଆମର ଏୟାର କୁଲର୍ର ସମସ୍ତ ରେକୁ ‘ଡ୍ୟୁରାମାରାଇନ୍ ପମ୍ପ’ ଓ ଦୁଇ ବର୍ଷର ୱାରେଂଟି ଭଳି ଅତ୍ୟାଧୁନିକ ଫିଚର ସହ ରିଫ୍ରେଶ୍ କରିଛୁ ଯାହା ଆମକୁ ବାସ୍ତବରେ ‘ବିଲ୍ଟ ଫର୍ ଲାଇଫ୍’ କରୁଛି ।

ଆଜିର ଉପଭୋକ୍ତାମାନେ ଦୀର୍ଘସ୍ଥାୟୀ ଉତ୍ପାଦ ପସନ୍ଦ କରୁଛନ୍ତି ଯାହା ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ସମର୍ତିତ ସୌନ୍ଦର୍ଯ୍ୟତା ଓ ସୁବିଧା ପ୍ରଦାନ କରୁଛି । ହୋମ୍ ଆପ୍ଲାଏନ୍ସ କ୍ଷେତ୍ରରେ ବଜାଜ ଏକ ଫ୍ରଂଟ୍ରନର୍ ଅଟେ ଏବଂ ଆମେ ଆମର ଉପଭୋକ୍ତାଙ୍କ ଆବଶ୍ୟକତାକୁ ବୁଝିବା ଓ ସେମାନଙ୍କର ସମସ୍ୟାକୁ ଦୂର କରିବା ପ୍ରତି ପ୍ରତିବଦ୍ଧ ରହିବୁ ।

Get real time updates directly on you device, subscribe now.