ନୂଆଦିଲ୍ଲୀ: ଜୀବନରେ କେତେବେଳେ କଣ ଘଟିବ ତାହା ବିଷୟରେ କାହାରିକୁ ଜଣା ନାହିଁ । କେତେବେଳେ ଆଉ କେଉଁ ଅବସ୍ଥାରେ ଶେଷ ସମୟ ଆସିଯିବ ତାହା ମଧ୍ୟ କିଏ ଅନୁମାନ କରିବା କଷ୍ଟ। ମହାରାଷ୍ଟ୍ରର ଆକୋଲା ଜିଲ୍ଲାରେ ଏହି ଭଳି ଏକ ବଡ଼ ଦୁର୍ଘଟଣା ଘଟିଛି । ବାସ୍ତବରେ ରବିବାର ସନ୍ଧ୍ୟାରେ ଜିଲ୍ଲା ନିକଟସ୍ଥ ବାବା ଜୀ ମହାରାଜ ମନ୍ଦିର ସମ୍ମୁଖରେ ପ୍ରସାଦ ବଣ୍ଟନ ଆରମ୍ଭ ହୋଇଥିଲା। କିନ୍ତୁ ଏହି ସମୟ ମଧ୍ୟରେ ପ୍ରବଳ ଝଡ଼ ପବନ ଓ ବର୍ଷା ହେଇଥିଲା ।
ତେବେ ଏହା ଯୋଗୁଁ ଏକ ବିରାଟ ପୁରୁଣା ନିମ୍ବ ଗଛଟି ଭାଙ୍ଗି ପଡିଥିଲା । ଗଛଟି ଭାଙ୍ଗି ଟିଣ ଶେଡ ଉପରେ ପଡ଼ିଗଲା। ଆଉ ଏହି ସମୟରେ ଅନେକ ଭକ୍ତ ଏହି ଟିଣ ଶେଡ ତଳେ ଠିଆ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକଙ୍କ ଉପରେ ଏହା ପଡିବା ଦ୍ୱାରା ସେମାନେ ଏହା ତଳେ ଦାବି ହେଇଯାଇଥିଲେ ।
ସୂଚନା ଅନୁଯାୟୀ, ୩୫ ରୁ ୪୦ ଭକ୍ତ ଏହି ଟିଣ ତଳେ ଦବି ହେଇଯାଇଥିଲେ । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କ ଚିକିତ୍ସା ମେଡିକାଲ କଲେଜରେ ଚାଲିଛି । ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ଲୋକ ଏବଂ ପୋଲିସ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଟିଣ ଶେଡ ତଳେ ପୋତି ହୋଇଥିବା ଲୋକଙ୍କୁ ଥଇଥାନ କାର୍ଯ୍ୟ ଆରମ୍ଭ ହୋଇଥିଲା।
ସ୍ଥାନୀୟ ଲୋକମାନେ ଗଛ କାଟନ୍ତି। ପୋତା ଯାଇଥିବା ଲୋକଙ୍କୁ ଗ୍ୟାସ କଟର ସାହାଯ୍ୟରେ ଶେଡ କାଟି ବାହାର କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ କଲେକ୍ଟର ଏସପି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ ମଧ୍ୟ ପହଞ୍ଚିଥିଲେ ଏବଂ ଟିଣ ସେଡ ଏବଂ ଗଛ କାଟି ତାଙ୍କୁ କଢ଼ା ଯାଇଥିଲା।