fbpx

ବସଷ୍ଟାଣ୍ଡ ହୋଟେଲରେ ଅଗ୍ନିକାଣ୍ଡ, ଜଣେ ଆହତ

ବାଲେଶ୍ୱର: ହୋଟେଲରେ ଏକ ଅଗ୍ନିକାଣ୍ଡ ଘଟିଥିବା କଥା ସାମ୍ନାକୁ ଆସିଛି । ଏହି ଘଟଣାଟି ବାଲେଶ୍ୱର ଜିଲ୍ଲା ବସଷ୍ଟାଣ୍ଡରେ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଣେ ଆହତ ହୋଇଛନ୍ତି । ନିଆଁକୁ ଆୟତ୍ତ କରାଯିବା ନେଇ ପ୍ରସ୍ତୁତି ଚାଲିଛି ।

ସୂଚନା ଅନୁଯାୟୀ, ବାଲେଶ୍ୱର ବସଷ୍ଟାଣ୍ଡ ସ୍ଥିତ ଏକ ହୋଟେଲ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଫଳରେ ସାରା ହୋଟେଲରେ ନିଆଁ ବ୍ୟାପିଯାଇଛି । କେତେ ଲୋକ ନିଆଁରେ ଫସିରହିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାଯାଇନାହିଁ । ବସଷ୍ଟାଣ୍ଡରେ ପାଖ ହୋଟେଲରେ ନିଆଁ ଲାଗିବା ହେତୁ ବସ ଚଳାଚଳରେ ମଧ୍ୟ ବାଧା ଉପୁଜିଛି । କେତେକ ଲୋକେ ମଧ୍ୟ ଭୟଭୀତ ହୋଇ ବସଷ୍ଟାଣ୍ଡରୁ ବାହାରକୁ ପଳେଇ ଆସିଛନ୍ତି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହାନୀ ପକ୍ଷରୁ ନିଆଁ ଲିଭା ଉଦ୍ୟମ ଜାରି ରହିଛି ।

Get real time updates directly on you device, subscribe now.