TMC Recruitment: LDC, ନର୍ସ, ଟେକ୍ନିସିଆନ, ଆକାଉଣ୍ଟସ ଅଧିକାରୀ ପଦ ଖାଲି

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ଆଣବିକ ଶକ୍ତି ବିଭାଗ ଅଧିନରେ ପରିଚାଳିତ ଏକ ପ୍ରତିଷ୍ଠାନ ତରଫରୁ ନିଯୁକ୍ତି ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ମୁଖ୍ୟ ପ୍ରଶାସନିକ ଅଧିକାରୀ, ମେଡିକାଲ ଫିଜିସିଷ୍ଟ, ସାଇଣ୍ଟିଫିକ ଅଧିକାରୀ, ମୁଖ୍ୟ ସୁରକ୍ଷା ଅଧିକାରୀ, ସହାୟକ ଆକାଉଣ୍ଟସ ଅଧିକାରୀ, ନର୍ସ, ଟେକ୍ନିସିଆନ, କନିଷ୍ଠ ସହାୟକ କିରାଣୀ (ଏଲଡିସି) ଆଦି ପଦରେ ନିଯୁକ୍ତି ଦିଆଯିବ ।

ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ଆସନ୍ତା ୨୩ ତାରିଖ ଅପରାହ୍ଣ ୫.୩୦ ସୁଦ୍ଧା ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଏହାପରେ ପ୍ରାର୍ଥୀଙ୍କ ସାକ୍ଷାତକାର, ଲିଖିତ ପରୀକ୍ଷା, ଦକ୍ଷତା ପରୀକ୍ଷା ଆୟୋଜିତ ହେବ । ଅସମ୍ପୂର୍ଣ୍ଣ ଆପ୍ଲିକେସନକୁ ରିଜେକ୍ଟ କରି ଦିଆଯିବ । ପ୍ରାର୍ଥୀମାନେ ସାକ୍ଷାତକାର / ଲିଖିତ ପରୀକ୍ଷା / ସ୍କିଲ ଟେଷ୍ଟ ପାଇଁ ନିଜର ଓରିଜିନାଲ ଡକ୍ୟୁମେଣ୍ଟକୁ ସାଙ୍ଗରେ ନେଇ ଆସିବେ ।

ଚଳିତ ବର୍ଷ ଏପ୍ରିଲ ୨୩ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଓ କାର୍ଯ୍ୟ ଅଭିଜ୍ଞତା ହିସାବକୁ ନିଆଯିବ । ବୟସ କୋହଳ ନିୟମ ସରକାରୀ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଓବିସି ପାଇଁ ୩ ବର୍ଷ, ଏସସି / ଏସଟି ପାଇଁ ୫ ବର୍ଷ ଓ ପିଡବ୍ଲ୍ୟୁଡି ପାଇଁ ୧୦ ବର୍ଷର ବୟସ କୋହଳ କରାଯିବ । ପ୍ରାର୍ଥୀଙ୍କୁ ୩୦୦ ଟଙ୍କାର ଆବେଦନ ଫିସ୍ ଭରିବାକୁ ପଡ଼ିବ । ଏସସି / ଏସଟି / ମହିଳା ପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://tmc.gov.in/Non_Medical/frm_Registration.aspx

ନୋଟିଫିକେସନ ଲିଙ୍କ: https://tmc.gov.in/m_events/Events/JobDetail?jobId=22118