fbpx

Moonbin Death : ଫେମସ୍ ପପ୍ ଷ୍ଟାର ମୁନବିନ୍ ୨୫ ବର୍ଷ ବୟସରେ ନିଧନ, ଆତ୍ମହତ୍ୟା କରିଥିବା ସନ୍ଦେହ

ନୂଆଦିଲ୍ଲୀ : ଜଣାଶୁଣା ପପ୍ ଷ୍ଟାର ତଥା ଆଷ୍ଟ୍ରୋ ସଦସ୍ୟ ମୁନବିନ୍ ୨୫ ବର୍ଷ ବୟସରେ ବିଦାୟ ନେଇଛନ୍ତି। ଖବର ଅନୁଯାୟୀ, ସିଓଲର ଗାଙ୍ଗନାମ୍-ଗୁସ୍ଥିତ ତାଙ୍କ ବାସଭବନରେ ତାଙ୍କର ମୃତଦେହ ମିଳିଛି । ପୋଲିସ ସନ୍ଦେହ କରୁଛି ସେ ଆତ୍ମହତ୍ୟା କରିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ଆନ୍ତର୍ଜାତୀୟ ରିପୋର୍ଟରେ କୁହାଯାଇଛି ଯେ, ଏପ୍ରିଲ ୧୯ ମଙ୍ଗଳବାର ରାତି ପ୍ରାୟ ୮ ଟା ସମୟରେ ତାଙ୍କ ଘରୁ ମୁନବିନ୍ ଙ୍କ ମୃତଦେହ ମିଳିଥଲା, ଏହା ପରେ ତାଙ୍କ ମ୍ୟାନେଜର ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ତାଙ୍କ ଏଜେନ୍ସି ଫାଣ୍ଟାଗିୟୋ ରେ ଏନେଇ କୌଣସି ବିବୃତ୍ତି  ଏପର୍ଯ୍ୟନ୍ତ ବାହାରି ନାହିଁ। ଖବର ଅନୁଯାୟୀ, ମୁନବିନ୍ ସାନହାଙ୍କ ସହ ଗ୍ରୁପ୍ ଆଷ୍ଟ୍ରୋ ୟୁନିଟ୍ ର ସଦସ୍ୟ ଥିଲେ । କିଛି ଦିନ ପୂର୍ବରୁ ଏହି ସଦସ୍ୟ ପଦ ଛାଡିଥିବାର ସୂଚନା ମିଳିଛି । ସେ ଏକ ଫ୍ୟାନ୍ କନ୍ ଟୁର୍ ଆୟୋଜନ କରିବାକୁ ଯାଉଥିଲେ ।

 

Get real time updates directly on you device, subscribe now.