fbpx

ଗ୍ୟାଙ୍ଗଷ୍ଟାର ଗୁଡ୍ଡୁ ମୁସଲିମ୍ ର ଓଡିଶା ଲିଙ୍କ୍ ; ଏପ୍ରିଲ ୨ରୁ ୧୩ ଯାଏଁ ବରଗଡରେ ଥିବା ସନ୍ଦେହ

ଭୁବନେଶ୍ୱର : ସୁଟର ଗୁଡ୍ଡୁ ମୁସଲିମଙ୍କୁ ଖୋଜୁଛି ୟୁପି ପୋଲିସ । କିନ୍ତୁ ଗୁଡ୍ଡୁ ମୁସଲିମ୍ ଚତୁରତାର ସହ ବାରମ୍ବାର ସ୍ଥାନ ପରିବର୍ତ୍ତନ କରିବାରେ ଲାଗିଛି । କେତେବେଳେ ଓଡିଶାରେ ତ ଆଉ କେତେବେଳେ ଛତିଶଗଡରେ । ତେବେ ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍ ଓଡିଶାରେ ୧୨ ଦିନ ରହିଥିବା ନେଇ ଆଶଙ୍କା କରାଯାଉଛି । ଏପ୍ରିଲ ୨ରୁ ୧୩ ଯାଏଁ ସେ ବରଗଡରେ ରହିଥିବା ସନ୍ଦେହ କରାଯାଉଛି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୁଡ୍ଡୁ ମୁସଲିମ୍ ବରଗଡର ରାଜା ଖାନ୍ ପାଖରେ ରହୁଥିଲା । ରାଜ ଖାନ୍ ନାଁରେ ମଧ୍ୟ ବିଭିନ୍ନ ଅପରାଧିକ ମାମଲା ରହିଛି । ଏହା ସତ୍ତ୍ୱେ ମଧ୍ୟ କିଭଳି ଓଡିଶା ପୋଲିସ ଜାଣିପାରିଲା ନାହିଁ ସେ ନେଇ ବଡ ପ୍ରଶ୍ନ ଉଠିଛି । କୌଣସି ରାଜନୈତିକ ଛତ୍ରଛାୟା ତଳେ ରହିଥିବା ନେଇ ସନ୍ଦେହ କରାଯାଉଛି । ତେବେ ପୋଲିସ ସୂଚନା ପାଇ ରାଜା ଖାନ୍ ଘରେ ପହଞ୍ଚିଲା ବେଳକୁ ସେ ସେଠାରୁ ଉଭୟ ସେଠାରୁ ଚମ୍ପଟ ମାରିଥିଲା । ଗୁଡ୍ଡୁ ମୁସଲିମ୍ ସେଠାରୁ ଫେରାର ହେବା ପୂର୍ବରୁ ଏକ ବ୍ୟାଗ୍ ଛାଡି ଯାଇଥିବା କୁହାଯାଉଛି । ଓଡିଶାରୁ ଛତିଶଗଡ ପଳାଇଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.