fbpx

ମୋଦୀ ସରନେମ୍ ମାମଲା: ସୁରତ କୋର୍ଟ ରାୟ ବିରୋଧରେ ଗୁଜରାଟ ହାଇକୋର୍ଟ ଗଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରନେମ୍ ମାମଲାରେ ମିଳିଥିବା ଦଣ୍ଡକୁ ରୋକିବା ପାଇଁ ଗୁଜରାଟ ହାଇକୋର୍ଟ ଯାଇଛନ୍ତି। ମଙ୍ଗଳବାର ରାହୁଲ ଗୁଜରାଟ ହାଇକୋର୍ଟରେ ତଳ କୋର୍ଟର ନିଷ୍ପତିକୁ ଚ୍ୟାଲେଞ୍ଜ କରିଛନ୍ତି । ରାହୁଲଙ୍କ ଆବେଦନ ଉପରେ ଗୁରୁବାର ଶୁଣାଣି ହେବାର ସମ୍ବାବନା ଅଛି। ଏହା ପୁର୍ବରୁ ୨୦ ଏପ୍ରିଲରେ ରାହୁଲ ଗାନ୍ଧୀଙ୍କୁ ମିଳିଥିବା ଦଣ୍ଡ ଉପରେ ରୋକ ଲଗାଇବାକୁ ଦାଖଲ ହୋଇଥିବା ମାମଲାକୁ ଖାରଜ କରି ଦେଇଥିଲେ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୩ ରେ ସୁରଟର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଏକ ନିର୍ବାଚନ ରାଲିରେ ମୋଦୀ ସରନେମ୍ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାନହାନି ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ପରେ ସେ ଲୋକସଭାର ସଦସ୍ୟ ଭାବରେ ଅଯୋଗ୍ୟ ହୋଇଥିଲେ। ଏପ୍ରିଲ ୧୩, ୨୦୧୯ ରେ ଏକ ନିର୍ବାଚନ ରାଲିରେ ରାହୁଲ କହିଥିଲେ ଯେ ମୋଦୀ ସମସ୍ତ ଚୋରଙ୍କ ସରନେମ୍ ମୋଦୀ କିପରି ?

ତେବେ ଏହି ମାମଲାରେ ଦଣ୍ଡାଦେଶ ହେବା ପରେ ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଯାଇଥିଲା । ଏହାପରେ ସେ ଦଣ୍ଡଦେଶକୁ ଚ୍ୟାଲେଞ୍ଜ କରି ୩ ଏପ୍ରିଲରେ ସୁରଟ ସେସନ୍ସ କୋର୍ଟକୁ ଯାଇଥିଲେ । ସେଠି ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଯାଇଥିଲା, କିନ୍ତୁ ଦୋଷୀ ସାବ୍ୟସ୍ତ ହେବା ପାଇଁ ତାଙ୍କ ଆବେଦନ ୨୦ ଏପ୍ରିଲରେ ଖାରଜ ହୋଇଯାଇଥିଲା।

 

Get real time updates directly on you device, subscribe now.