fbpx

ଇଟାଲୀର ମିଲାନ ସହରରେ ବଡ ଧମାକା ; ପାର୍କିଂରେ ଥିବା କାରରେ ବିସ୍ଫୋରଣ, ଧୂଆମୟ ସାରା ସହର

ନୂଆଦିଲ୍ଲୀ : ଇଟାଲୀର ମିଲାନ ସହରରେ ଏକ ବଡ଼ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ଅନେକ ଗାଡିରେ ନିଆଁ ଲାଗିଯାଇଥିଲା। ପ୍ରାରମ୍ଭିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେଠାରେ ପାର୍କିଂ ହୋଇଥିବା ଏକ ଭ୍ୟାନରେ ହଠାତ୍ ବିସ୍ଫୋରଣ ଘଟିଥିଲା। Sky TG24 ନ୍ୟୁଜ୍ ଚ୍ୟାନେଲ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

 

ସୋସିଆଲ ମିଡିଆରେ ଘଟଣାସ୍ଥଳରୁ ଅନେକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ବିସ୍ଫୋରଣ ପରେ ଅନେକ କାରରେ ନିଆଁ ଲାଗିଥିବାର ଦେଖାଯାଉଛି। ପାଖରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

Get real time updates directly on you device, subscribe now.