fbpx

Perfect Mother Tips ; ଏହି ଗୁଣ ଥିବା ମହିଳାମାନେ ହୋଇଥାନ୍ତି ପରଫେକ୍ଟ ମା’

ନୂଆଦିଲ୍ଲୀ : ପିତାମାତା ହେବା ସହଜ ନୁହେଁ । ଅତ୍ୟନ୍ତ କଷ୍ଟକର କାର୍ୟ୍ୟ । ପିତାମାତା ହେଲେ ସବୁବେଳେ ସତର୍କ ରହିବା ଅନେକ ସାହସିକ ପଦକ୍ଷେପ ଗ୍ରହଣ କରିବାକୁ ପଡିଥାଏ । ଯାହା ସେମାନଙ୍କ ପିଲାମାନଙ୍କର ଉନ୍ନତି କରେ ସତ, କିନ୍ତୁ ପିଲାମାନଙ୍କ ଯେଭଳି କିଛି କ୍ଷତି ନ ହୁଏ ସେପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ । ପ୍ରତି ମୁହୂର୍ତ୍ତରେ ପିତାମାତାଙ୍କୁ ପିଲାମାନଙ୍କ ଉନ୍ନତି ଏବଂ ସୁରକ୍ଷା ଚିନ୍ତା ଘାରିଥାଏ । ଯଦିଓ ଲାଳନପାଳନ ଭାର ଉଭୟ ପିତାମାତାଙ୍କ ଉପରେ ନ୍ୟସ୍ତ ଥାଏ, କିନ୍ତୁ ମାତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରାୟତଃ ପିଲାମାନେ ପିତାଙ୍କ ଅପେକ୍ଷା ଅଧିକ ମା’ର ନିକଟତର ହୋଇଥାନ୍ତି । ପ୍ରତ୍ୟେକ ମହିଳା ପରଫେକ୍ଟ ମା ହେବାକୁ ଚେଷ୍ଟା କରନ୍ତି, ଯେଉଁଥିପାଇଁ ମହିଳାମାନେ ମଧ୍ୟ ନିଷ୍ଠାର ସହ ବହୁତ ପରିଶ୍ରମ କରନ୍ତି ।

ଜଣେ ଭଲ ମା ହେବାର ଅର୍ଥ ନୁହେଁ ଯେ ପିଲାମାନଙ୍କ ପ୍ରତି ଆପଣଙ୍କର ମନୋଭାବ କଠୋର ହେବା ଉଚିତ୍ କିମ୍ବା ଆପଣ ନିଜକୁ ଅଣଦେଖା କରିବା ଉଚିତ୍ । ଜଣେ ଭଲ ମାତା ହେବାର ଅର୍ଥ ହେଉଛି ଆପଣ ନିଜକୁ ଏବଂ ଆପଣଙ୍କ ପିଲାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ସେହି ଅନୁଯାୟୀ କାର୍ୟ୍ୟ କରନ୍ତୁ ଏବଂ ସେମାନଙ୍କ ମାଗଦର୍ଶନ ବନନ୍ତୁ । ନୂଆ କରି ଅଭିଭାବକ ହୋଇଥିବା ଦମ୍ପତ୍ତିଙ୍କୁ ବିଭିନ୍ନ ଲୋକ ବିଭିନ୍ନ ପରାମର୍ଶ ଦିଅନ୍ତି । ଏହା ଜରୁରୀ ନୁହେଁ ଯେ, ସମସ୍ତ ଆବଶ୍ୟକତା ମାନିବା ଉଚିତ୍ ଏବଂ ଏମିତି ବି ନୁହେଁ ସବୁକୁ ଅଣଦେଖା କରିବା ଉଚିତ୍ । ଆପଣ ଯାହା ଠିକ୍ ଭାବୁଛନ୍ତି ତାହା କରନ୍ତୁ ।

ତେଣୁ ଆଜି ଆମେ ଆପଣଙ୍କୁ ବତାଇବୁ ଯେ ଏକ ପରଫେକ୍ଟ ମା’ର କ’ଣ ଗୁଣ ରହିବା ଆବଶ୍ୟକ । ତେଣୁ ଯଦି ଆପଣ ମଧ୍ୟ ଜଣେ ଭଲ ମାତା ହେବାକୁ ଚାହାଁନ୍ତି, ତେବେ ଏହି ଗୁଣଗୁଡ଼ିକ ମଧ୍ୟ ଆପଣଙ୍କ ଭିତରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆତ୍ମ ସଚେତନତା – ପିଲାକୁ ବୁଝିବା ପାଇଁ, ପ୍ରଥମେ ନିଜକୁ ବୁଝିବା ଅତ୍ୟନ୍ତ ଜରୁରୀ । ଜଣେ ବ୍ୟକ୍ତି ଯିଏ ନିଜର ଶକ୍ତି ଏବଂ ଦୁର୍ବଳତା ବିଷୟରେ ଅବଗତ, ସେ ପରିଚାଳନା କରବିା ମଧ୍ୟ ଖୁବ୍ ଭଲ ଭାବରେ ଜାଣନ୍ତି । ତେଣୁ ନିଜ ସନ୍ତାନର ଦୁର୍ବଳତା ଏବଂ ଶକ୍ତି ବିଷୟରେ ପ୍ରଥମେ ଜାଣନ୍ତୁ ଏବଂ ସେହି ଅନୁସାରେ ସେମାନଙ୍କୁ ଆଗକୁ ବଢାନ୍ତୁ ।

ପିଲାମାନଙ୍କ କଥା ଶୁଣନ୍ତୁ- ପିଲାମାନେ ଯେତେ ବଡ ହୁଅନ୍ତି ସେମାନଙ୍କ କଥାବାର୍ତ୍ତାରେ ପରିବର୍ତ୍ତନ ଆସେ । ବୟସ ଅନୁଯାୟୀ ସେମାନଙ୍କ ଚିନ୍ତାଧାରା ଏବଂ କଥାବାର୍ତ୍ତା ଶୈଳୀରେ ପରିବର୍ତ୍ତନ ଆସେ । କେତେକ ପିତାମାତା ଏସବୁ କୁ ଅଣଦେଖା କରନ୍ତି । ଯାହା ଫଳରେ ସେମାନେ ନିଜକୁ ଏକାକୀ ଅନୁଭବ କରନ୍ତି ଏବଂ କିଛି କଥା କଥା କହିବାକୁ ଲଜ୍ଜା ଅନୁଭବ କରନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କର ପ୍ରତ୍ୟେକ ଛୋଟବଡ କଥାକୁ ଶୁଣିବା ଉଚିତ୍ । ତେଣୁ ଧର୍ଯ୍ୟ ସହ ସେମାନଙ୍କ କଥା ଶୁଣନ୍ତୁ ଏବଂ ବୁଝିବାକୁ ଚେଷ୍ଟା କରନ୍ତୁ । ଅସୁବିଧା ଥିଲେ ସମାଧାନର ବାଟ ବାହାର କରନ୍ତୁ ।

ଷ୍ଟ୍ରଙ୍ଗ ହୁଅନ୍ତୁ – ପ୍ରତ୍ୟେକ ମାତାଙ୍କୁ ସମାଜରେ ଅନେକ କଠିନ୍ ପରିସ୍ଥିତିର ସାମ୍ନା କରିବାକୁ ପଡିବ । ଅନେକ ଲୋକଙ୍କ ଠାରୁ ୍ରନେକ କଥା ଶୁଣିବାକୁ ମିଳେ । ପିଲାମାନଙ୍କର କିଛି ଅସୁବିଧା ହେଲେ ବା ସେମାନେ ଅସୁସ୍ଥ ହେଲେ ଏବଂ ପରୀକ୍ଷାରେ ସେମାନଙ୍କ ନମ୍ବର କମ୍ ଆସିଲେ ମା କୁ ଦାୟୀ କରାଯାଲଏ । ତେଣୁ ମା’ ଟି ଷ୍ଟ୍ରଙ୍ଗ ହେଲେ ଏସବୁର ସାମ୍ନା କରି ପରିବ ଏବଂ ପିଲାଙ୍କୁ ଉଚିତ୍ ସଂସ୍କାର ଦେଇ ଲାଳନପାଳନ କରିପାରିବ ।

ନମ୍ର ଆଚରଣ- ପିତାମାତା ହେବା ପରେ ନିଜକୁ ବଡ ବୋଲି ଭାବନ୍ତୁ ନାହିଁ । ନମ୍ର ହୁଅନ୍ତୁ । ନିଜ ଭୁଲକୁ ସ୍ୱୀକାର କରନ୍ତୁ ଏବଂ ପିଲାମାନଙ୍କୁ ଭୁଲ ମଧ୍ୟ ମାଗନ୍ତୁ । ଏପରି କରିବା ଦ୍ୱାରା ପିଲାମାନେ ମଧ୍ୟ ତାହା ହିଁ ଶିକ୍ଷିବେ । ଯେଉଁ ପିତାମାତା ଏପରି କରନ୍ତି ନାହିଁ ସେମାନଙ୍କ ପିଲାମାନେ ମଧ୍ୟ ସେମାନଙ୍କ ଭଳି ହୋଇଥାନ୍ତି ।

ପିଲାମାନଙ୍କୁ ସପୋର୍ଟ କରନ୍ତୁ – ଅନ୍ୟ ଏକ ଗୁଣ ଯାହା ପ୍ରତ୍ୟେକ ମାଙ୍କର ରହିବା ଉଚିତ, ତାହା ହେଉଛି ପିଲାମାନଙ୍କୁ ସାହାଯ୍ୟ କରିବା ଏବଂ ପିଲାମାନଙ୍କ ପ୍ରତି ସପୋର୍ଟିଭ୍ ହେବା । ଅନେକ ଥର ଏହା ଘଟେ ଯେତେବେଳେ ପିଲାମାନେ ଏପରି ଅନେକ ନିଷ୍ପତ୍ତି ନିଅନ୍ତି ଯାହା ପିତାମାତା ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହା ଜରୁରୀ ଯେ ଆପଣ ସେମାନଙ୍କୁ ନିଜର ନିଷ୍ପତ୍ତି ନେବାକୁ ସ୍ୱାଧୀନତା ଦିଅନ୍ତୁ । ଏହା ସହ ପିତାମାତା ଭାବରେ ସେମାନଙ୍କ ଭୁଲ ଓ ଠିକ୍ ମଧ୍ୟରେ ପାର୍ଥକ୍ୟ କରିବା ଶିଖାନ୍ତୁ ।

Get real time updates directly on you device, subscribe now.