fbpx

ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ବସରେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ବସରେ ଅଘଟଣ ଘଟିଛି । ଛତିଶଗଡ଼ ନିକଟରେ ବସରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଗଞ୍ଜାମ ସୋରଡ଼ା ନାରାୟଣପୁର ଗାଁର ବୋଲି ଜଣାପଡ଼ିଛି । ଏନେଇ ସୁରତରୁ ଆସୁଥିବା ବସକୁ ଅଟକ ରଖିଛି ଛତିଶଗଡ଼ ପୋଲିସ । ଯୁବକଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଯୁବକଙ୍କ କାହିଁକି ମୃତ୍ୟୁ ହୋଇଛି ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିପଡ଼ିଛି । ତେଣୁ ସତର୍କତା ଦୃଷ୍ଟିରୁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରେଇ ଆଣିବା ପାଇଁ ବସ୍ ଓ ଟ୍ରେନର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.