fbpx

ମଦ ଦୋକାନୀ ସଂଘର ଦାବି :ଖୋଲା ନ ଯାଉ ମଦ ଦୋକାନ!

 ଭୁବନେଶ୍ୱର :୨ l ୫ (ଓଡିଶା ଭାସ୍କର ): ଦେଢ଼ମାସ ହେବ ଦୋକାନ ବନ୍ଦ l ଚୋରା ରେ ମିଳୁଛି ହେଲେ ତିନିଗୁଣ ଦାମ l ଯାହା ମଦୁଆଙ୍କ ମୁଣ୍ଡ କୁ ପିତ୍ତ ଚଢାଇ ଦେଇଥିଲା l ଏମିତିକା ଅବସ୍ଥାରେ ଆସନ୍ତା ଚାରି ତରିଖରୁ ଦେଶବ୍ୟାପି ଗ୍ରୀନ ଜୋନ ରେ ମଦ ଦୋକାନ ଖୋଲିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର l ଗତ କାଲି ଏ ଖବର ଜଣାପଡିବା ପରେ ମଦୁଆଙ୍କ ପାଦ ତଳେ ଲାଗି ନଥିଲା l ଯଦିଓ ସରକାର ମଦ ଦୋକାନରେ ସାମଜିକ ଦୂରତା ରକ୍ଷା କରିବାକୁ କଟକଣା କରିଛନ୍ତି ତଥାପି ମଦୁଆ ମନେ ମନେ ଭାରି ଖୁସି ହେଇଥିଲେ l କିନ୍ତୁ ଏବେ ଖୁସି ଦୁଃଖ ରେ ପରିବର୍ତନ ହେବାକୁ ଯାଉଛି l ମେ ଚାରି ତାରିଖ ରେ ମଦ ଦୋକାନ ଖୋଲିବା ସପକ୍ଷରେ ନାହାନ୍ତି ମଦ ଦୋକାନ ମାଲିକ ସଂଘ l ସୋସିଆଲ ମିଡ଼ିଆ ରେ ଏହି ଖବର ଏବେ ଭାଇରାଲ ହୋଇଛି l ଯଦିଓ ଏହା ଉପରେ ସରକାରଙ୍କ ଆଭିମୁଖ୍ୟ କଣ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ

Get real time updates directly on you device, subscribe now.