ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ଭୋଡାଫୋନ୍ ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ବଡ଼ ଘୋଷଣା କରିଛି । କମ୍ପାନୀର ସିଇଓ ମାର୍ଗେରିଟା ଡେଲା ଭାଲେ କହିଛନ୍ତି ଯେ କମ୍ପାନୀରେ ବ୍ୟାପକ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି । ପ୍ରଥମ ତ୍ରୈମାସିକର ଆକଳନ ପରେ କମ୍ପାନୀ ଏହି ଘୋଷଣା କରିଛି ।
ସିଇଓ କହିଛନ୍ତି ଯେ କମ୍ପାନୀର ପ୍ରଦର୍ଶନ ବହୁତ ଖରାପ ରହିଛିି । ଏଭଳି ପରିସ୍ଥିତିରେ କମ୍ପାନୀରେ ଅନେକ ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରାଯାଉଛି । ବର୍ତ୍ତମାନ ସମଗ୍ର ବିଶ୍ୱରେ ୧,୦୪,୦୦୦ କର୍ମଚାରୀ ଅଛନ୍ତି । ୩ ବର୍ଷ ମଧ୍ୟରେ କମ୍ପାନୀରୁ କର୍ମଚାରୀଙ୍କ ପ୍ରୋସେସ୍ ସମ୍ପୂର୍ଣ୍ଣ କରିବାକୁ ଏକ ଯୋଜନା ରହିଛି ।
ରୋଜଗାର କମ୍ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି :-
ଭୋଡାଫୋନର ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ କମ୍ପାନୀର ଆୟ ୧.୩ ପ୍ରତିଶତ ଅର୍ଥାତ୍ ୧୪.୭ ବିଲିୟନ ୟୁରୋରେ ରହିଛି । ଯାହା ମୂଳତଃ ୧୫ -୧୫.୫ ବିଲିୟନରୁ କମ୍ ଅଟେ । କମ୍ପାନୀ କହିଛି ଯେ ରୋଜଗାରର ହ୍ରାସ ଜର୍ମାନୀରେ ଅଧିକ ଶକ୍ତି ଖର୍ଚ୍ଚ ଏବଂ ବାଣିଜ୍ୟିକ କାର୍ଯ୍ୟକ୍ଷମତା କାରଣରୁ ହୋଇଛି । କମ୍ପାନୀ କହିଛି ଯେ ଆସନ୍ତା ବର୍ଷ ଆୟରେ ଆହୁରି ହ୍ରାସ ଆଶା କରାଯାଉଛି ଯାହା ୧୩.୩ ବିଲିୟନ ୟୁରୋକୁ ଖସିପାରେ ।
ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିବ କି?
ଭୋଡାଫୋନ୍ ଭାରତରେ ଆଇଡିଆ ସହିତ ମିଶି କାମ କରୁଛି । କମ୍ପାନୀ କ୍ଷତିରେ ଚାଲିଛି । ଉଲ୍ଲେଖଥାଉ କି, ବିଡଲା ଗ୍ରୁପ୍ ପୁନର୍ବାର ଏହି ମିଳିତ ଉଦ୍ୟମକୁ ମଜବୁତ କରିବାକୁ ନିଶ୍ଚିତ କରିଛି, କିନ୍ତୁ ଋଣ ଭାରରେ ଦବି ହୋଇରହିଥିବା ଭୋଡାଫୋନ୍ ଆଇଡିଆ ସହ ରହିବା ସହଜ ନୁହେଁ । ଭୋଡାଫୋନ୍ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିପାରେ ଏବଂ ଛଟେଇ ମଧ୍ୟ ଦେଖିବାକୁ ମିଳିପାରେ । ବିଡଲା ଗ୍ରୁପର ସହମତି ପରେ ହିଁ ଏହା ଉପରେ ନିଷ୍ପତ୍ତି ନିଆଯାଇପାରେ ।