fbpx

ଟିକେ ଶାନ୍ତି ମିଳିଲା: ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଅସହ୍ୟ ଗରମ ରାଜଧାନୀବାସୀଙ୍କୁ ବହୁତ କଲବଲ କରୁଥିବା ବେଳେ ଗତକାଲି ବର୍ଷାର ଆଗମନ ଜନସାଧାରଣଙ୍କୁ ଶାନ୍ତି ପ୍ରଦାନ କରିଛନ୍ତି । ତେବେ ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱର ବାସୀଙ୍କ ପାଇଁ ପୁଣି ଆସିଛି ଏକ ଖୁସି ଖବର । ପାଗରେ ପରିବର୍ତ୍ତନ ସାଙ୍ଗକୁ ତୈଳ ଦରରେ ପରିବର୍ତ୍ତନ ହୋଇଛି । ଆଜି ଭୁବନେଶ୍ୱରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟିଛି ।

ସୂଚନା ମୁତାବକ, ଆଜି ରାଜଧାନୀରେ ପେଟ୍ରୋଲ ଲିଟର ୧୦୩.୧୯ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ୯୪.୭୬ ଟଙ୍କା ରହିଛି । ଦୀର୍ଘଦିନ ଧରି ତୈଳ ଦର ଉପରେ ରୋକ ଲାଗୁ ନଥିବାରୁ ମହଙ୍ଗା ମାଡ଼ ଗ୍ରାହକଙ୍କୁ ବହୁତ କଲବଲ କରୁଥିଲା । ଲୋକଙ୍କୁ ଦୈନିକ ତେଲ ପକାଇବା ପାଇଁ ପକେଟରୁ ଅଧିକ ଅର୍ଥ ଗଣିବାକୁ ପଡ଼ୁଥିଲା । ତେଣୁ ଏବେ ନିଜ ଗାଡ଼ିରେ ତେଲ ପକାଇବା ପୂର୍ବରୁ ଲୋକମାନେ ଆଜିର ତେଲ ରେଟ୍ ଜାଣିବା ନିହାତି ଜରୁରୀ ।

ସେହିପରି ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୨.୬୩ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ୯୪.୨୪ ଟଙ୍କା ରହିଛି । କୋଲକତାରେ ପେଟ୍ରୋଲ ୧୦୬.୦୩ ଓ ଡିଜେଲ ୯୨.୭୬ ଟଙ୍କା, ବେଙ୍ଗାଲୁରୁରେ ପେଟ୍ରୋଲ ୧୦୧.୯୪ ଓ ଡିଜେଲ ୮୭.୮୯ ଟଙ୍କା, ଲକ୍ଷ୍ନୌରେ ପେଟ୍ରୋଲ ୯୬.୫୭ ଓ ଡିଜେଲ ୮୯.୭୬ ଟଙ୍କା, ନୋଇଡ଼ାରେ ପେଟ୍ରୋଲ ୯୬.୭୯ ଓ ଡିଜେଲ ୮୯.୯୬ ଟଙ୍କା, ଗୁରୁଗ୍ରାମରେ ପେଟ୍ରୋଲ ୯୭.୧୮ ଟଙ୍କା ଓ ଡିଜେଲ ୯୦.୦୫ ଟଙ୍କା, ଚଣ୍ଡିଗଡ଼ରେ ପେଟ୍ରୋଲ ୯୬.୨୦ ଓ ଡିଜେଲ ୮୪.୨୬ ଟଙ୍କା, ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଓ ଡିଜେଲ ୯୪.୨୭ ଟଙ୍କା, ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଓ ଡିଜେଲ ୮୯.୬୨ ଟଙ୍କା ରହିଛି ।

Get real time updates directly on you device, subscribe now.