fbpx

ପ୍ରବାସୀ ଓଡ଼ିଆଙ୍କ ଘର ଫେରନ୍ତା ଯାତ୍ରା ହେଲା ଶେଷଯାତ୍ରା

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ଦେଢ଼ମାସର ଲକ ଡାଉନ ପରେ ଘରକୁ ଫେରୁଥିଲେ ଓଡ଼ିଆ । ଇଚ୍ଛା ଥିଲା ସାଙ୍ଗସାଥୀ, ପରିଜନ ଓ ପରିବାର ସଭିଙ୍କୁ ଦେଖିଥାନ୍ତେ । ଏଥିପାଇଁ ରାଜ୍ୟ ସରକାରଙ୍କ ୧୪ଦିନର କ୍ୱାରେଣ୍ଟିନ ବାଧ୍ୟତାମୂଳକକୁ ବି ଭୃକ୍ଷେପ ନଥିଲା । କିନ୍ତୁ ସୁରତରୁ ଘରକୁ ଯାତ୍ରା ଥିଲା ସେମାନଙ୍କ ଶେଷ ଯାତ୍ରା । ସୁରତରୁ ପ୍ରବାସୀ ଓଡ଼ିଆଙ୍କ ଫେରିବା ବାଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସୁରତରୁ ଫେରିବା ବେଳେ ଘର ଆଉ ମାତ୍ର କିଛି ବାଟ ଥିବା ବେଳେ ବାଟରେ ଅନେଇ ରହିଥିଲା ଯମ । ଶ୍ରମିକମାନେ ଆସୁଥିବା ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭଞ୍ଜନଗର ସ୍ଥିତ କଳିଙ୍ଗ ଘାଟିରେ ବସଟି ଓଲଟି ପଡ଼ିଥିବା ନେଇ ସୂଚନା ମିଳିଛି । ସେହି ବସରେ ପ୍ରାୟ ୫୦ରୁ ଅଧିକ ଲୋକ ଥିଲେ । କିନ୍ତୁ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଏହାସହ ସେଠାରେ ଦମକଳବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ମୃତ ଓ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି ।

Get real time updates directly on you device, subscribe now.