fbpx

ରାଜ୍ୟ କ୍ୟାବିନେଟରେ ନୂଆ ଦାୟିତ୍ୱ ନେଲେ ୩ ମନ୍ତ୍ରୀ: ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ଭୁବନେଶ୍ୱର: କ୍ୟାବିନେଟ ମନ୍ତ୍ରୀ ଭାବରେ ନୂଆ ଦାୟିତ୍ୱ ନେଇଥିବା ୩ ମନ୍ତ୍ରୀଙ୍କୁ ବଡ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ନବୀନ ସରକାର । ନୂଆ କରି ଶପଥ ଗ୍ରହଣ କରିଥିବା କ୍ୟାବିନେଟ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ରାଜ୍ୟ ସରକାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ନୂଆ ମନ୍ତ୍ରୀ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ବିକ୍ରମ କେଶରୀ ଆରୁଖଙ୍କୁ ମିଳିଛି ଅର୍ଥମନ୍ତ୍ରୀର ପାହ୍ୟା । ତେବେ ଶ୍ରମମନ୍ତ୍ରୀ ଭାବରେ ସାରଦା ପ୍ରସାଦ ନାୟକ ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ।

କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ପାଠ ପରେ ୩ ମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ମଧ୍ୟ ବଣ୍ଟାଯାଇଛି । ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବା ପରେ ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ବିଜେଡି ସୁପ୍ରିମୋ ଅର୍ଥମନ୍ତ୍ରୀ ଭାବରେ ଏକ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହାପରେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପଦ ପାଇଁ ସୁଦାମ ମାରାଣ୍ଡିଙ୍କ ପାଁରେ ମୋହର ମାରିଛନ୍ତି ନବୀନ ସରକାର । ତେବେ ଶ୍ରମ ବିଭାଗରେ ସାରଦା ପ୍ରସାଦ ନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କ୍ୟାବିନେଟେରେ ନୂଆ ଦାୟିତ୍ୱ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଏହି ୩ ନୂଆ ମନ୍ତ୍ରୀ । ନିଜ ନିଜ ବିଭାଗରେ ସର୍ବଶ୍ରେଷ୍ଠ କାମ କରି ମୁଖ୍ୟମନ୍ତ୍ରୀଙ୍କ ଆଶା ସପଳ କରିବୁ ବୋଲି କହିଛନ୍ତି କ୍ୟାବିନେଟର ନୂଆ ସଦସ୍ୟ । ତେବେ ବାଚସ୍ପତି ପଦ ପାଇଁ ଏବେ ବି ଶୂନ୍ୟସ୍ଥାନ ରହିଛି । ଏହି ପଦବୀ ପାଇଁ ଦାୟିତ୍ୱ ଏପର୍ଯ୍ୟନ୍ତ କାହାକୁ ମିଳିବ ସେ ନେଇ ସ୍ପଷ୍ଟ ହୋଇପାରିନାହିଁ ।

ସୂଚନା ଅନୁସାରେ, ଗତ ୧୨ ତାରିଖରେ ପ୍ରଥମେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବାଚସ୍ପତି ବିକ୍ରମ ଆରୁଖ । ଏହାପରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ନିଜ ପଦରୁ ଓହରି ଯାଇଥିଲେ । ତେବେ ଏକାସାଙ୍ଗରେ ୩ ଜଣ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ ଏହି ସ୍ଥାନରେ ଖାଲି ପଡିଥିଲା । ତେଣୁ ଦଳର ପ୍ରମିଳା ମଲ୍ଲିକଙ୍କୁ କିଛି ଦିନ ପାଇଁ ଶିକ୍ଷାମନ୍ତ୍ରୀ ତଥା ଶ୍ରମମନ୍ତ୍ରୀର ଦାୟିତ୍ୱ ଦେଇଥିଲେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରମିଳା ମଲ୍ଲିକ ଶିକ୍ଷାମନ୍ତ୍ରୀ ଭାବରେ ରାଜ୍ୟର ମାଟ୍ରିକ ରେଜଲ୍ଟ ପୁସ୍ତକ ଉନ୍ମୋଚନ କରିବା ସହ ଫଳାଫଳ ଘୋଷଣା କରିଥିଲେ ।

Get real time updates directly on you device, subscribe now.