ଚାକିରିରୁ ଇସ୍ତଫା ଦେବାକୁ ଯାଉଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ବହୁ ଅସୁବିଧାର କରିବାକୁ ପଡ଼ିବ ସାମ୍ନା
![AAKASH](https://odishabhaskar.com/wp-content/uploads/2024/06/Web-.jpg)
କ୍ୟାରିୟରରେ ବୃଦ୍ଧି ପାଇଁ ଆମେ ଅନେକଥର ଭଲ ସୁଯୋଗ ମିଳିବା କିମ୍ବା ପୁରୁଣା କମ୍ପାନୀରେ ସମସ୍ୟା ହେତୁ ଆମକୁ ଚାକିରି ବଦଳାଇବାକୁ ପଡ଼ିଥାଏ । ପୁରୁଣା ଚାକିରି ଛାଡ଼ିବା ବା ପରିବର୍ତ୍ତନ କରିବାର ଅନେକ କାରଣ ରହିଥାଏ । ଯଦି ଆପଣ ମଧ୍ୟ ଏପରି କିଛି କରିବାକୁ ଯାଉଛନ୍ତି, ତେବେ କିଛି ଜିନିଷ ପ୍ରତି ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ ।
ପ୍ରଥମେ ଖୋଜନ୍ତୁ ଆଉ ଏକ ଚାକିରି :-
ପୁରୁଣା ଚାକିରିରେ ଯେତେ ବି ସମସ୍ୟା ଥିଲେ ନା କାହିଁକି, ତାକୁ ଛାଡ଼ିବା ପୂର୍ବରୁ ନୂଆ ଚାକିରି ଖୋଜିରଖନ୍ତୁ । ଜବ୍ ବିନା ନୂଆ ଚାକିରି ହାସିଲ କରିବା ଓ ଭଲ ଦରମା ପାଇବାରେ ବହୁତ ଅସୁବିଧା ଆସିପାରେ ।
ରାଗରେ ଚାକିରି ଛାଡନ୍ତୁ ନାହିଁ :-
ଯଦି ଆପଣ କେବେ ବସ୍ କିମ୍ବା ସହକର୍ମୀଙ୍କ କିଛି ବିଷୟ ଉପରେ କ୍ରୋଧିତ ହେଉଛନ୍ତି ବା କିଛି କଥା ଭଲ ନଲାଗୁଛି, ତେବେ ତୁରନ୍ତ ଚାକିରି ଛାଡ଼ିବାର ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହା ଫଳରେ ପୁରୁଣା କମ୍ପାନୀ ସହିତ ନୂଆ କମ୍ପାନୀରେ ମଧ୍ୟ ଆପଣଙ୍କର ଖରାପ ଇମ୍ପ୍ରେସନ୍ ପଡ଼ିବ ।
ସିନିୟରମାନଙ୍କୁ ଜଣାଇବା ଜରୁରୀ :-
ଯଦି କୌଣସି ଅସୁବିଧା ଅଛି ତେବେ ପ୍ରଥମେ ଆପଣଙ୍କର ସିନିୟରମାନଙ୍କ ସହିତ ଏହା ବିଷୟରେ କଥାବାର୍ତ୍ତା କରନ୍ତୁ, ତା’ପରେ ଚାକିରି ବଦଳାଇବାକୁ କିମ୍ବା ଛାଡିବାକୁ ଚିନ୍ତା କରନ୍ତୁ । ହୋଇପାରେ କି ସେହି ସ୍ତରକୁ ଆସିଲା ପରେ ସମସ୍ୟାର ସମାଧାନ ହୋଇଯିବ ।
ନୋଟିସ୍ ପିରିୟଡ୍ ପୂରଣ କରନ୍ତୁ :-
ଯେଉଁଠାରେ ଆପଣ କାମ କରନ୍ତି ସେହି କମ୍ପାନୀରେ ନିୟମ ଅନୁସରଣ କରନ୍ତୁ । ଚାକିରି ଛାଡିବା ପୂର୍ବରୁ ନୋଟିସ୍ ଦିଅନ୍ତୁ । ନୋଟିସ୍ ପିରିୟଡ୍ ସଂପୂର୍ଣ୍ଣ କରନ୍ତୁ ଏବଂ ଅଧିକାରୀମାନଙ୍କୁ ଠିକ୍ ସମୟରେ ସୂଚନା ଦିଅନ୍ତୁ ।
ନିଜର କାମ ସମାପ୍ତ କରନ୍ତୁ :-
ନିଜର ଟାର୍ଗେଟ କିମ୍ବା ପ୍ରୋଜେକ୍ଟ କିମ୍ବା ଯେଉଁ କାମ ହାତକୁ ନେଇଛ, ତାହାକୁ ଶେଷ କରିକି ହିଁ ଯାଅ । ଏପରି କରିବା ଦ୍ୱାରା ପୁରୁଣା କମ୍ପାନୀ ସହିତ ମଧ୍ୟ ଆପଣଙ୍କର ଭଲ ସମ୍ପର୍କ ବଜାୟ ରଖିବ ।
ଭଲ ନୋଟରେ ଚାକିରି ଛାଡନ୍ତୁ :-
ଚାକିରି ଛାଡିବା କିମ୍ବା ପରିବର୍ତ୍ତନ କରିବା ସମୟରେ, ସମସ୍ତଙ୍କ ସହିତ ସଠିକ୍ ଭାବରେ କଥାବାର୍ତ୍ତା କରନ୍ତୁ, ସେମାନଙ୍କୁ କୁହନ୍ତୁ ଓ ନିୟମ ପାଳନ କରି ଯାଆନ୍ତୁ । କାହା ବିରୁଦ୍ଧରେ ମେଲ ଲେଖି ବା ଝଗଡ଼ା କରି କାମ ଛାଡନ୍ତୁ ନାହିଁ ।
ପର୍ସନାଲ ଡାଟା ହଟାଇ ଦିଅନ୍ତୁ :-
ଯେଉଁଠାରେ ଆପଣ କାମ କରନ୍ତି ସେହି କମ୍ପ୍ୟୁଟର, ଲାପଟପ୍ କିମ୍ବା ଆଇଡିରୁ ଆପଣଙ୍କର ସମସ୍ତ ଡାଟା ଡିଲିଟ୍ କରନ୍ତୁ । କୌଣସି ବ୍ୟକ୍ତିଗତ ଜିନିଷ କିମ୍ବା ଫଟୋ, ଡକ୍ୟୁମେଣ୍ଟ, ମେଲ ଇତ୍ୟାଦି ପୁରୁଣା ଅଫିସରେ ଛାଡନ୍ତୁ ନାହିଁ ।