fbpx

ସରକାରୀ କର୍ମଚାରୀଙ୍କୁ ମିଳିବାକୁ ଯାଉଛି ବଡ଼ ଖୁସିଖବର: ୩୧ ମେ’ ସନ୍ଧ୍ୟାରେ ହେବ ବଡ଼ ଘୋଷଣା, ବଢ଼ିପାରେ ଦରମା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଏକ ବଡ଼ ଖୁସିଖବର, ଯାହାକୁ ଶୁଣି ଆପଣ ବି ଖୁସିରେ ନାଚିଉଠିବେ । ତେବେ ମେ ୩୧ ସନ୍ଧ୍ୟାରେ କେନ୍ଦ୍ର ସରକାର ଡିଏ ସ୍କୋର ଜାରି କରିବାକୁ ଯାଉଛନ୍ତି । ଏହି ସ୍କୋରକୁ ଏଆଇସିପିଆଇ ଇଣ୍ଡେକ୍ସ ମଧ୍ୟ କୁହାଯାଏ । ଏହି ସ୍କୋର ଆଧାରରେ ନିଷ୍ପତ୍ତି ନିଆଯିବ ଯେ ଜୁଲାଇରେ କେନ୍ଦ୍ରୀୟ କର୍ମଚାରୀଙ୍କ ଭତ୍ତାରେ କେତେ ମହଙ୍ଗା ଭତ୍ତା ବୃଦ୍ଧି ପାଇବ । ବର୍ତ୍ତମାନ ମହଙ୍ଗା ଭତ୍ତା ୪୨ ପ୍ରତିଶତ ରହିଛି, ଯାହାକି ଜାନୁଆରୀରୁ ଲାଗୁ ହୋଇଛି । ସେବେଠାରୁ ମହଙ୍ଗା ଭତ୍ତା ଅଢ଼େେଇ ପ୍ରତିଶତ ବୃଦ୍ଧି ପାଇଛି ।

ମାର୍ଚ୍ଚରେ ଶେଷ ଥର ପାଇଁ ଡିଏ ବୃଦ୍ଧି ଘୋଷଣା କରାଯାଇଥିଲା :-
ମାର୍ଚ୍ଚ ୨୦୨୩ ରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ତା’ପରେ ସରକାର ଡିଏକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ଜାନୁଆରୀ ୨୦୨୩ ରୁ କାର୍ଯ୍ୟକାରୀ କରାଯାଇଥିଲା । ବର୍ତ୍ତମାନ ଜୁଲାଇ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରାଯିବ, ଯାହା ଏପ୍ରିଲ ୧ ରୁ ଲାଗୁ ବୋଲି କୁହାଯାଉଛି । ବର୍ତ୍ତମାନ ସରକାର ମେ ୩୧ ରେ ଏଆଇସିପିଆଇ ସୂଚକାଙ୍କ ସଂଖ୍ୟା ଜାରି କରିବାକୁ ଯାଉଛନ୍ତି, ଯାହା ଦ୍ୱାରା କର୍ମଚାରୀମାନେ ମହଙ୍ଗା ଭତ୍ତା କେତେ ବୃଦ୍ଧି ପାଇବ ସେ ବିଷୟରେ ସୂଚନା ମିଳିପାରିବ ।

ଏବେ ଏପ୍ରିଲ୍-ମେ-ଜୁନ୍ ସଂଖ୍ୟା ମଧ୍ୟ ଯୋଡାଯିବ :-
ଯଦି ଆମେ ସରକାରଙ୍କ ବର୍ତ୍ତମାନର ଆକଳନ ବିଷୟରେ କହିବା, ତେବେ ମୋଟ ଡିଏ ସ୍କୋର ୪୪.୪୬% ରେ ପହଞ୍ଚିଛି । ବର୍ତ୍ତମାନ ଏପ୍ରିଲ୍, ମେ ଏବଂ ଜୁନ୍ ସଂଖ୍ୟା ମଧ୍ୟ ଏଥିରେ ଯୋଡାଯିବ । ଏକ ସମ୍ଭାବନା ଅଛି ଯେ, ଏଥର ମଧ୍ୟ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇପାରେ । ଏଭଳି ପରିସ୍ଥିତିରେ ଏହି ଭତ୍ତା ବହୁତ ଉପରେ ପହଞ୍ଚିବ । ଏହି କାରଣରୁ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାରେ ମଧ୍ୟ ଏକ ପରିବର୍ତ୍ତନ ଆସିବ ।

Get real time updates directly on you device, subscribe now.