fbpx

Video: ଘଟଣାସ୍ଥଳ ପରିଦର୍ଶନ କରି ବଡ଼ ବୟାନଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ, କହିଲେ- ‘ଶହ ଶହ ଲୋକେ ମରି ପଡ଼ିଛନ୍ତି’

ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ପରେ ଜୋରଦାର ଚାଲିଛି ଉଦ୍ଧାରକାର୍ଯ୍ୟ । ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ଘଟଣାସ୍ତଳକୁ ଯାଇଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ବୟାନ ଘଟଣାକୁ ଆହୁରି ଭୟଙ୍କର କରି ଦେଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଦେଖିବା ପରେ ଶହ ଶହ ଲୋକେ ମରିପଡ଼ିଥିବା କହିଛନ୍ତି।

ସେ କହିଛନ୍ତି ଯେ, ‘ଘଟଣାସ୍ଥଳ ସ୍ଥିତି ଅତି ହୃଦୟ ବିଦାରକ ରହିଛି । ଏବେ ବି ଲୋକେ ଭଙ୍ଗା ବଗି ତଳେ ଚାପି ହୋଇ ରହିଛନ୍ତି । ଜେସିବି ଲଗାଇ ବଗିକୁ ଉଠାଇ ମୃତଦହେ କଢାଯାଉଛି । ଏସଆରସିଙ୍କ ସମେତ ୫ ବରିଷ୍ଠ ଅଧିକାରୀ ଘଟନାସ୍ଥଳରେ ଉପସ୍ଥିତ ଅଛନ୍ତି । ଘଟଣା ବିଷୟରେ ତଦାରଖ କରିବା ପାଇଁ ବାଲେଶ୍ୱର ଜିଲ୍ଲାର ସମସ୍ତ ବିଦାୟକ ଘଟଣାସ୍ଥଳରେ ଅଛନ୍ତି । ଆହତ ଲୋକମାନଙ୍କୁ ମେଡିକାଲରେ ପହଞ୍ଚାଇବା ପ୍ରଶାସନର ପ୍ରାଥମିକତା ବୋଲି ସେ କହିଛନ୍ତି । ମୋରି ସାମ୍ନାରେ ଉଦ୍ଧାର ସମୟରେ ଜଣେ ଲୋକ ମରିଗଲେ । ତେବେ ଯାହା ମୁଁ ଦେଖିଲି ଶହ ଶହ ଲୋକେ ମରି ପଡ଼ିଛନ୍ତି । ରାତିର ଅନ୍ଧକାର ମଧ୍ୟରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆହତ ଲୋକମାନଙ୍କୁ ମାଗଣା ଚିକିତ୍ସା ଯୋଗାଇଦିଆଯିବ ।’

ସୁକ୍ରବାର ସନ୍ଧ୍ୟା ସମୟରେ ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍‌ (୧୨୮୬୪) ଦୁର୍ଘଟଣା ଗ୍ରସ୍ଥ ହୋଇଥିଲେ। ଏହି ଦୁର୍ଘଟଣାକୁ ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଟ୍ରେନ୍‌ ଦୁର୍ଘଟଣା କୁହାଯାଉଛି। ତେବେ ସନ୍ଧ୍ୟାରେ ଦୁର୍ଘଟଣା ହୋଇଥିବାରୁ ଅନ୍ଧାର ରାତିରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।ତେବେ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବାହିନୀ ଓ ରେଲୱେ ଏବଂ ସ୍ଥାନୀୟ ପୋଲିସ ନିୟୋଜିତ ଅଛନ୍ତି।

ଖବର ଲେଖା ହେବା ପର୍ଯ୍ୟନ୍ତ କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୭୦ ଛୁଇଁଥିବା ରିପୋର୍ଟ ହସ୍ତଗତ ହୋଇଛି । ଏବେ ବି ଦୁର୍ଘଟଣାସ୍ଥଳରୁ ଗୋଟି ପରେ ଗୋଟିଏ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହି କ୍ରମରେ ମୃତ୍ୟୁସଂଖ୍ୟା ଖୁବଶୀଘ୍ର ୧୦୦ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.