ଭୁବନେଶ୍ୱର: ବାଲେଶ୍ୱରରେ ଘଟିଥିବା ରେଳ ଦୁର୍ଘଟଣାର ମୂଳ କାରଣ ଜଣାପଡିଛି ବୋଲି ରେଳମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସେ ଟ୍ରେନ୍ ଟ୍ରାଜେଡିର ତଦନ୍ତ ସରିଥିବା କଥା କହିଛନ୍ତି । ଏହାସହ ଦାୟୀ ବ୍ୟକ୍ତି ମଧ୍ୟ ଚିହ୍ନଟ ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦ୍ୱିତୀୟ ଥର ପାଇଁ ପରିଦର୍ଶନରେ ଆସିଛନ୍ତି । ମୁଳ କାରଣ ଜଣାପଡିବା ପରେ ରିପୋର୍ଟ ଆଧାରରେ କାର୍ଯ୍ୟନୁଷ୍ଠାନ ନିଆଯିବ ।
ସୂଚନା ଆନୁଯାୟୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳର ପୁନରୁଦ୍ଧାର କାମ ତଦାରଖ କରିଲେ । ଏହାସହ ଦୁର୍ଘଟଣାଟି କେଉଁ କାରଣ ପାଇଁ ଘଟିଛି ସେନେଇ କାରଣ ସ୍ପଷ୍ଟ ହୋଇଛି । ଟ୍ରେନ ଟ୍ରାଜେଡିର ତଦନ୍ତ ସରିବା ପରେ ରେଳ ମନ୍ତ୍ରୀ କାରଣ ସ୍ପଷ୍ଟ କରିଛନ୍ତି । ଏହା ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସଷ୍ଟମ ତ୍ରୁଟି ଲାଗି ଘଟିଛି । ଏଥିସହ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ମଧ୍ୟ ଚିହଟ୍ନ ହୋଇଛନ୍ତି ବୋଲି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।
ରେଲ୍ ସେଫ୍ଟି କମିଶନ ଖୁବ୍ ଶୀଘ୍ର ରିପୋର୍ଟ ଦାଖଲ କରିବେ । ଏନେଇ ରିପୋର୍ଟ ଆଧାରରେ କାର୍ଯ୍ୟନୁଷ୍ଠାନ ନିଆଯିବ । ଦୁର୍ଘଟଣା ସ୍ଥଳର ପୁନରୁଦ୍ଧାର କାମ ତଦାରଖ କଲେ । ଆଜି ସୁଦ୍ଧା ଗୋଟିଏ ଟ୍ରାକ୍ ପ୍ରସ୍ତୁତ ହୋଇଯିବ ବୋଲି ରେଳମନ୍ତ୍ରୀ ସୂଚନା ଦେଇଥିଲେ । ବିଦ୍ୟୁତୀକରଣ କାମ ଜୋରସୋରରେ ଚାଲିଛି । ଆସନ୍ତା ବୁଧବାର ସକାଳ ସନ୍ଧ୍ୟ ଚଳାଚଳ ସ୍ୱାଭାବିିକ ହୋଇଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି ।