fbpx

ଏହି ୫ ଖେଳାଳି ଭାରତକୁ ଜିତାଇବେ WTC Final-2023! ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ପଛରେ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଭାରତ-ଅଷ୍ଟ୍ରେଲିଆ ଆରମ୍ଭ ହେବ ମହାସମର । ବିଶ୍ୱର ସର୍ବଶ୍ରେଷ୍ଠ ଟେଷ୍ଟ ଟିମ୍ ହେବା ପାଇଁ ଲଢିବେ ଦୁଇ ଶକ୍ତିଶାଳୀ ଦଳ । ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆକୁ ଚକମା ଦେବା ପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । ଏହାସହିତ ଦଳକୁ ଚମ୍ପିଆନ କରିବା ପାଇଁ ଭାରତର ଷ୍ଟାର ଖେଳାଳିମାନେ ମଧ୍ୟ ପ୍ରସ୍ତୁତ ହୋଇ ସାରିଛନ୍ତି । ତେବେ ବିଶ୍ୱବିଜେତା ହେବା ପାଇଁ ଦଳର ୫ ଜଣ ଖେଳାଳିଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିବ । ଏହି ଖେଳାଳିମାନଙ୍କ ପ୍ରଦର୍ଶନ ଭାରତକୁ ଫାଇନାଲ ଜିତାଇବାରେ ଖୁବ ସାହାଯ୍ୟ କରିପାରିବ ବୋଲି ଆଶା କରାଯାଉଛି । ତେଣୁ ଏହି ୫ ଖେଳାଳିଙ୍କୁ ଟିମ ଇଣ୍ଡିଆର ‘ପଞ୍ଚୁ ପାଣ୍ଡବ’ ଭଳି କୁହାଯାଉଛି ।

୧- ଶୁଭମନଙ୍କ ସୁପ୍ରିମ ଫର୍ମ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପୂର୍ବରୁ ଆଇପିଏଲରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ । ସିଜନରେ ୩ଟି ଶତକ ସହ ସେ ଅରେଞ୍ଜ କ୍ୟାପ ମଧ୍ୟ ହାସଲ କରିଛନ୍ତି । ତେଣୁ ଗିଲଙ୍କର ଏହି ଫର୍ମ ଆଜିର ମ୍ୟାଚରେ ତାଙ୍କ ସ୍ଥାନକୁ ଆହୁରି ସୁଦୃଢ କରିଦେଇଛି । ଅଷ୍ଟ୍ରେଲିଆ ପାଇଁ ଶୁଭମନ ବିପଦ ହୋଇପାରନ୍ତି । ରୋହିତଙ୍କ ସହ ସେ ଆଜି ଦଳ ପାଇଁ ଓପନିଙ୍ଗ କରିବା ଏକପ୍ରକାର ସୁନିଶ୍ଚିତ । ତେବେ ଏହି ଯୋଡି ବଡ ସ୍କୋର କଲେ ଭାରତକୁ ବିଜୟ ସହଜ ହୋଇପାରିବ ।

Image

୨- ବିରାଟ କୋହଲିଙ୍କ କମବ୍ୟାକ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଦମଦାର ଫର୍ମରେ ରହିଛନ୍ତି । ଆଇପିଏଲରେ ସେ ମଧ୍ୟ ୨ଟି ଶତକ ସହିତ ହାସଲ କରିଛନ୍ତି । ଦୀର୍ଘ ଦିନରୁ ଖରାପ ଫର୍ମକୁ ନେଇ ଚିନ୍ତାରେ ଥିବା ବିରାଟ ଏବେ ନିଜ ପୁରୁଣା ରୂପରେ କମବ୍ୟାକ କରି ସାରିଛନ୍ତି । ତେଣୁ ଫାଇନାଲ ମ୍ୟାଚରେ ତାଙ୍କର ଗୁରୁତ୍ୱ ଖୁବ ଅଧିକ ରହିବ ।

Image

୩- ମହମ୍ମଦ ଶାମୀଙ୍କ ଲୟ: ଆଇପିଏଲ-୨୦୨୩ରେ ପର୍ପଲ କ୍ୟାପ ଜିତିବା ସହ ଦମଦାର ଲୟରେ ରହିଛନ୍ତି । ତେବେ ଶାମୀ ଟେଷ୍ଟ ବୋଲିଂରେ ଆହୁରି ଘାତକ ହୋଇପାରନ୍ତି ବୋଲି ପୂର୍ବର ଅନେକ ଥର ପ୍ରମାଣ କରିସାରିଛନ୍ତି । ତେଣୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଭଳି ଫାଇନାଲ ମ୍ୟାଚରେ ସେ ମଧ୍ୟ ଦଳର ବ୍ରହ୍ମାସ୍ତ୍ର ପାଲଟିବେ ।

Image

୪- ମହମ୍ମଦ ସିରାଜଙ୍କ ଦମଦାର ବୋଲିଂ: ଭାରତ ପାଇଁ ଆଉ ଏକ ମୁଖ୍ୟ ଅସ୍ତ୍ର ହୋଇ ପାରନ୍ତି ଦଳର ଷ୍ଟାର ବୋଳର ମହମ୍ମଦ ସିରାଜ । ୨୦୨୩ ମସିହାରେ ସିରାଜ ୧୪ଟି ମ୍ୟାଚ ଖେଳି ୨୩ଟି ୱିକେଟ ହାସଲ କରିଛନ୍ତି । ତେଣୁ ସେ ଏହି ଲୟକୁ ଜାରି ରଖିବା ପାଇଁ ଚେଷ୍ଟା କରିବେ । ମହମ୍ମଦ ସାମୀ ଏବଂ ସିରାଜଙ୍କ ଯୋଡି ଅଷ୍ଟ୍ରେଲିଆ ପାଇଁ ଖତରନାକ ସାବ୍ୟସ୍ତ ହୋଇପାରେ ।

Image

୫- ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା: ଭାରତୀୟ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ମଧ୍ୟ ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ପାଇଁ ଆଉ ଜଣେ ଶ୍ରେଷ୍ଠ ଖେଳାଳି ହୋଇପାରନ୍ତି । ସବୁଠାରୁ ଅଭିଜ୍ଞ ଏବଂ ଟେଷ୍ଟ ପାଇଁ ସ୍ପେଶାଲିଷ୍ଟ ଭାବରେ ପରିଚିତ ପୂଜାରାଙ୍କ ବ୍ୟାଟରୁ ମଧ୍ୟ ରନ୍ ଖୋଜିବ ରୋହିତ ସେନା । ତେବେ ଇଂଲଣ୍ଡର କାଉଣ୍ଟି କ୍ରିକେଟରେ ସେ ଖୁବ ରନ୍ ହାସଲ କରିଛନ୍ତି । କିଛି ଦିନରୁ ଇଂଲଣ୍ଡ ମଇଦାନରେ ଖେଳୁଥିବାର ସେଠାକାର ପିଚ୍ ସହ ମଧ୍ୟ ସେ ପରିଚିତ ହୋଇ ସାରିଥିବେ, ଯାହା ତାଙ୍କୁ ଫାଇନାଲ ମ୍ୟାଚରେ ଖୁବ ସହାୟକ ହୋଇ ପାରିବ ।

Image

Get real time updates directly on you device, subscribe now.