fbpx
BSKY SKY
BSKY SKY

ବ୍ଲଡ ସୁଗାରକୁ କମ୍‌ କରେ କଞ୍ଚାଲଙ୍କା, ପାଚନ ତନ୍ତ୍ରକୁ ମଧ୍ୟ ରଖିଥାଏ ଠିକ୍‌

BSKY

କଞ୍ଚାଲଙ୍କାରେ ରହିଛି ପ୍ରଚୁର ପରିମାଣରେ ଭିଟାମିନ୍‌ ଏ ଓ ସି। ଯାହା ଆମର ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଆଜିକାଲି ଅଧିକାଂଶ ଲୋକେ ଲାଲ ଲଙ୍କାକୁ ଖାଦ୍ୟରେ ସାମିଲ କରୁଥିବା ଦେଖାଯାଏ। ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ନିକଟରେ ଏକ ଗବେଷଣାରୁ ଜଣାପଡିଛି କି କଞ୍ଚାଲଙ୍କାରେ ଥିବା ଭିଟାମିନ୍ସ ଆମ ଶରୀରକୁ ବିଭିନ୍ନ ପ୍ରକାର ଛୋଟମୋଟ ସମସ୍ୟାରୁ ଦୂରେଇ ରଖିଥାଏ।

-ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ବିଶେଷ କରି ଏହା ବୋନ୍‌ କ୍ୟାନସର ସହ ଲଢିବାର ଶକ୍ତି ରଖିଥାଏ।

-ଅତ୍ୟଧିକ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଇଁ କଞ୍ଚାଲଙ୍କା ଲାଭଦାୟକ। କାରଣ ଏହା ହଜମ ଶକ୍ତି ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ।

– କଞ୍ଚାଲଙ୍କା ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ ଲାଲ ଲଙ୍କାଠାରୁ ସବୁବେଳେ ଦୂରେଇ ରହିବା ଭଲ।

-ସବୁଠାରୁ ବଡ କଥା ହେଲା ରକ୍ତ ଶର୍କରା ଅଂଶ କମ୍‌ କରିବାକୁ କଞ୍ଚାଲଙ୍କା ବ୍ୟବହାର କରିବା ଭଲ। ରାତିରେ ୨ଟି କଞ୍ଚାଲଙ୍କା ଏକ ଗ୍ଲାସ ପାଣିରେ ଭିଜାଇ ରଖି ସକାଳୁ ସେହି ପାଣିକୁ ପିଇଲେ ରକ୍ତ ଶର୍କରା କମି ଯାଇଥାଏ। ଏହିପରି ମାସେ ପର୍ଯ୍ୟନ୍ତ କଲେ ଲାଭ ମିଳିଥାଏ।

Get real time updates directly on you device, subscribe now.