fbpx

ପାକିସ୍ତାନ ଏୟାରଫୋର୍ସ ପ୍ରଥମ ହିନ୍ଦୁ ପାଇଲଟ୍ ହେଲେ ରାହୁଲ ଦେବ

ପାକିସ୍ତାନ ବାୟୁସେନା ଇତିହାସରେ ପ୍ରଥମଥର ପାଇଁ ଜଣେ ହିନ୍ଦୁ ପାଇଲଟ୍ ଭାବେ ଚୟନ ହୋଇଛନ୍ତି । ପାକିସ୍ତାନରେ ହିନ୍ଦୁ ଓ ଅନ୍ୟ ଅଳ୍ପସଂଖ୍ୟାକ ସମ୍ପ୍ରଦାୟକୁ ନେଇ ଭେଦଭାବ ମଧ୍ୟରେ ମିଳିଛି ଖୁସି ଖବର । ରାହୁଲ ଦେବ ନାମକ ଏହି ହିନ୍ଦୁ ଯୁବକ ପାକିସ୍ତାନ ଏୟାରଫୋର୍ସର ଜେନେରାଳ ଡ୍ୟୁଟି ପାଇଲଟ୍ ବା ଜିଡିପି ପରି ବଡ ପଦବୀ ସମ୍ଭାଳିବେ । ଖବର ମୁତାବକ, ରାହୁଲ ଦେବ ସିନ୍ଧ ଅଞ୍ଚଳର ସବୁଠାରୁ ବଡ ଜିଲ୍ଲାଥାରପରକରରୁ ଆସିଛନ୍ତି । ରାହୁଲଙ୍କ ପାଇଲଟ୍ ହେବା ଖବରକୁ ନେଇ ପାକିସ୍ତାନର ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଲାଗିରହିଛି । ଏହା ସହ ଲୋକମାନେ ରାହୁଲଙ୍କୁ ପ୍ରଶଂସା ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.