fbpx

ସ୍ବପ୍ନ ଦେଖିବା ଦ୍ୱାରା ମସ୍ତିଷ୍କ ଅଧିକ ସକ୍ରିୟ ରୁହେ: ରିସର୍ଚ୍ଚ

ସ୍ବପ୍ନ କିଏ ବା ନ ଦେଖେ? କିନ୍ତୁ ଏହା କେତେ ବାସ୍ତବତାର ରୂପ ନିଏ ତାହା ଭିନ୍ନ କଥା, ହେଲେ କେତେକ ଏହି ସ୍ବପ୍ନକୁ ନେଇ ଭାବନା ରାଇଜରେ ବୁଡ଼ି ଯାଇଥାନ୍ତି। ନିକଟରେ ‘ସ୍ବପ୍ନର ମସ୍ତିଷ୍କ ଉପରେ ପ୍ରଭାବ’ ବିଷୟକୁ ନେଇ ଜର୍ମାନୀର ମନୋବିଜ୍ଞାନୀମାନେ ଏକ ଗବେଷଣା କରିଥିଲେ।

ଦୀର୍ଘ ୧୦ ବର୍ଷ ଧରି ଚାଲିଥିବା ଉକ୍ତ ଗବେଷଣାରୁ ଶେଷରେ ଏକ କୌତୁହଳପୂର୍ଣ୍ଣ ତଥ୍ୟ ଜଣାପଡ଼ିଥିଲା। ବିଶେଷଜ୍ଞମାନେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ସ୍ବପ୍ନ ଦେଖିବା ଦ୍ୱାରା ମସ୍ତିଷ୍କ ଅଧିକ ସକ୍ରିୟ ରହିଥାଏ।

କେବଳ ସେତିକି ନୁହେଁ, ଏହାଦ୍ୱାରା ନକାରାମତ୍କ ଚିନ୍ତାଧାରା ମଧ୍ୟ ମନରୁ ଦୂର ହୋଇଥାଏ। କିନ୍ତୁ ଖରାପ ସ୍ବପ୍ନକୁ ନେଇ ଅଧିକ ତର୍ଜମା କଲେ ତାହାର କୁପ୍ରଭାବ ମସ୍ତିଷ୍କ ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।

Get real time updates directly on you device, subscribe now.