fbpx

ଟାଟୁ ବନାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ନିଜ ଜୀବନ ସହ ଅନ୍ୟ ଜୀବନ ପ୍ରତି ହୋଇପାରେ ବିପଦ

ନୂଆଦିଲ୍ଲୀ : ଆଜିର ଯୁବପୀଢ଼ି ସମସ୍ତେ ନିଜ ଲାଇଫ୍ ଷ୍ଟାଇଲରେ କିଛିଟା ପରିବର୍ତ୍ତନ ଆଣିବାକୁ ଚାହିଁଥାଆନ୍ତି  । ଆଉ ନିଜ ଖାଦ୍ୟରେ ପରିବର୍ତ୍ତନ ଆଣିବା ସହ ନିଜକୁ ଆକର୍ଷଣୀୟ କରିବା ପାଇଁ ଲାଗିପଡ଼ନ୍ତି  । ତେବେ ଆଜିକାଲିର ଫ୍ୟାସନ୍ ହେଉଛି ଟାଟୁ ବନେଇବା  । ଆଉ ସେଥିପାଇଁ ଯୁବ ପିଢ଼ୀ ବେଶ୍ ଆଗ୍ରହୀ  । ଆଉ ହାତ ଗୋଡ଼ଠୁ ଆରମ୍ଭ କରି ଏପରିକି ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ କରିଥାଆନ୍ତି  । କିନ୍ତୁ ଏହି ଟାଟୁ କରିବା ପୂର୍ୱରୁ ଡାକ୍ତରଙ୍କ ପରାମର୍ଶର୍ ନେବା ଉଚିତ୍  । କାରଣ ଏହି ଟାଟୁ ନିଜ ଶରୀର ପାଇଁ କ୍ଷତି ପହଞ୍ଚାଇପାରେ  । ଯେଉଁମାନଙ୍କର ରକ୍ତ ସମ୍ବଧୀୟ ସମସ୍ୟା ରହିଛି ସେମାନେ ଟାଟୁ କରିବା ତିଆରି କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍  । ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀରରେ ଟାଟୁ କରୁଛନ୍ତି  । କିନ୍ତୁ ଟାଟୁ କରିଥିବା ଲୋକ ଅନ୍ୟକୁ ରକ୍ତଦାନ କରିପାରିବେ କି ନାହିଁ ସେ ବିଷୟରେ ଆସନ୍ତୁ ଜାଣିବା  ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯେ ଟାଟୁ କରିବା ପରେ ରକ୍ତ ଦାନ କରିବା ବିପଦଜ୍ଜନକ ଅଟେ। ଆପଣ ଟାଟୁ କରିବାର କିଛି ସମୟ ପାଇଁ ରକ୍ତ ଦାନ କରିପାରିବେ ନାହିଁ । କାରଣ ଟାଟୁ କରିବା ଲାଗି ବ୍ୟବହାର ହେଉଥିବା ସାମଗ୍ରୀ ଅନେକଙ୍କଠାରେ ବ୍ୟବହାର କରାଯାଇଥାଏ। ଏହାକୁ ଭଲ ଭାବେ ଜୀବାଣୁମୁକ୍ତ କରାଯାଏ ନାହିଁ ଏବଂ ଟାଟୁର ଛୁଞ୍ଚି ଏବଂ ଇଙ୍କ୍ ରକ୍ତରେ ପ୍ରବେଶ କରେ, ଯେଉଁ କାରଣରୁ ହେପାଟାଇଟିସ୍ ବି, ହେପାଟାଇଟିସ୍ ସି ଏବଂ ଏଚ୍.ଆଇ.ଭି ପରି ଅନେକ ରକ୍ତ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ବଢିପାରେ। ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ସ୍ପଷ୍ଟ କରିଛନ୍ତି ଯେ ଟାଟୁ ବନେଇବା ପରେ ରକ୍ତ ଦାନ କରିବା ବିପଜ୍ଜନକ ହୋଇପାରେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ଅନୁଯାୟୀ, ଟାଟୁ କରିବା ବେଳେ ଯେଉଁ ଛୁଞ୍ଚି ବ୍ୟବହାର କରାଯାଏ ତାହା ନୂଆ ନଥାଏ। ଏଭଳି ପରିସ୍ଥିତିରେ ରୋଗ ବ୍ୟାପିବାର ଆଶଙ୍କା ଥାଏ। ଯଦି ଜଣେ ବ୍ୟକ୍ତି ରକ୍ତ ସହ ଜଡିତ ରୋଗରେ ପୀଡିତ, ତେବେ ଏହାର ପ୍ରଭାବ ଶରୀରେ କିଛି ସମୟ ମଧ୍ୟରେ ଦେଖାଯାଏ। ଏହି କାରଣରୁ ଲୋକଙ୍କୁ ଟାଟୁ କରିବାକୁ ବାରଣ କରାଯାଇଛି। ଯଦି ଏପରି କୌଣସି ଗାଇଡଲାଇନ ନାହିଁ ଯେଉଁଥିରେ ଟାଟୁ କରିବା ନିଷେଧ। କିନ୍ତୁ କିଛି ଏପରି କିଛି ଆଦେଶ ଅଛି ଯେଉଁଥିରେ ଟାଟୁ କରିବା ପରେ ତୁରନ୍ତ ରକ୍ତଦାନ କରିବା ନିଷେଧ। ଯଦି ଆପଣ ଟାଟୁ କରୁଛନ୍ତି, ତେବେ ଏକ ଭଲ ଟାଟୁ ପାର୍ଲରରୁ କରାନ୍ତୁ। ନଚେତ୍ ହାଇଜିନ ଦୃଷ୍ଟିରୁ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ। ସେହିପରି ଟାଟୁ କରିବାର ୬ ମାସ ପରେ ରକ୍ତ ପରୀକ୍ଷା କରାଯିବା ଆବଶ୍ୟକ। ଯଦି କାହାକୁ ରକ୍ତ ଦରକାର ହୁଏ, ତେବେ ସେମାନେ କେବଳ ୬ ମାସ ପରେ ହିଁ ରକ୍ତ ଦାନ କରିପାରିବେ।

Get real time updates directly on you device, subscribe now.