fbpx

ପ୍ରସିଦ୍ଧ ଟୁରିଷ୍ଟ ଗାଇଡ୍ କାଲୁଙ୍କ ଆତ୍ମହତ୍ୟା! ଶିକ୍ଷାଗତ ଯୋଗ୍ୟତା ପଞ୍ଚମ, କିନ୍ତୁ ଜାଣିଥିଲେ ୮ଟି ବିଦେଶୀ ଭାଷା

ନୂଆଦିଲ୍ଲୀ: ଜଣାଶୁଣା ଟୁରିଷ୍ଟ ଗାଇଡ୍ କାଲୁ ଆଉ ନାହାନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରର ଏହି ଟୁରିଷ୍ଟ ଗାଇଡ୍ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଶିକ୍ଷାଗତ ଯୋଗ୍ୟତା ମାତ୍ର ୫ମ ହୋଇଥିଲେ ହେଁ କାଲୁ ଇଂରାଜୀ ସମେତ ୮ଟି ବିଦେଶୀ ଭାଷାରେ ବେଶ୍ ନିପୁଣତା ହାସଲ କରିପାରିଥିଲେ । ସେ କେବେ ଇଂରାଜୀ କି ହିନ୍ଦି ଶିକ୍ଷକଙ୍କଠାରୁ ଶିକ୍ଷା ଲାଭ କରିନଥିଲେ ବି ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ପରିଚିତ ଥିଲେ ।

ସୂଚନା ମୁତାବକ, ଆଜି ସକାଳ ୭ଟା ସମୟରେ ଏକ ମନ୍ଦିର ତଳୁ କାଲୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଳା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା ଓ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ରିପୋର୍ଟ ଆସିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କାଲୁ ଇଂରାଜୀ, ଇଟାଲିୟନ, ଫ୍ରେଞ୍ଚ, ସ୍ପେନିଶ, ଜର୍ମାନ ପରି ଭାଷା ଜାଣିଥିଲେ । ତେବେ କାଲୁଙ୍କୁ ହତ୍ୟା କରାଯାଇଥିବା ତାଙ୍କର ପରିବାରବର୍ଗ ଅଭିଯୋଗ କରିଛନ୍ତି ।

କାଲୁଙ୍କ ଅଚାନକ ମୃତ୍ୟୁକୁ ନେଇ ଏବେ ରହସ୍ୟ ବଢ଼ିବାରେ ଲାଗିଛି । କୁହାଯାଉଛି କାଲୁ ଧୂମ୍ରପାନ ପରି କୁଅଭ୍ୟାସରେ ପଡ଼ିଯାଇଥିଲେ । ତାଙ୍କର ମୃତ୍ୟୁ ପଛରେ ଅନ୍ୟ ଟୁରିଷ୍ଟ ଗାଇଡଙ୍କ ହାତ ଥିବା କାଲୁଙ୍କ ଭାଇ ଅଭିଯୋଗ କରିଛନ୍ତି । ତେବେ ନିଶା କାରଣରୁ କାଲୁଙ୍କର ମୃତ୍ୟୁ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି । ନିଶାଗ୍ରସ୍ତ ଅବସ୍ଥାରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଟାଲେଣ୍ଟଡ କାଲୁ ବିଦେଶୀଙ୍କର ପ୍ରଥମ ପସନ୍ଦ ଥିଲେ । ବିଦେଶୀ ଭାଷାରେ ଦକ୍ଷତା ହାସଲ କରିଥିବା ସେ ରାଜ୍ୟର ଜଣେ ଅନ୍ୟତମ ଗାଇଡ୍ ଥିଲେ ।

Get real time updates directly on you device, subscribe now.