(Video) ଯୁବତୀଙ୍କ ଉପରେ ପୁଣି ଆକ୍ରମଣ: ସମସ୍ତଙ୍କ ସାମ୍ନାରେ ଭୁଜାଲି ଧରି ଗୋଡାଇଲା ଯୁବକ
ଯୁବକ ଭୁଜାଲି ଧରି ଗୋଡାଇବା ବେଳେ ସ୍ଥାନୀୟ ଲୋକେ ବଞ୍ଚାଇଲେ ଯୁବତୀଙ୍କ ଜୀବନ
ପୁନେ: ଦିଲ୍ଲୀରେ ସମସ୍ତଙ୍କ ସାମ୍ନାରେ ଝିଅକୁ ହତ୍ୟା କରିବା ଘଟଣା ପରେ ଏବେ ପୁଣି ସେହିପରି ଏକ ମାମଲା ସାମ୍ନାକୁ ଆସିଛି । ଏଥିରେ ସମସ୍ତଙ୍କ ସମ୍ମୁଖରେ ଜଣେ ଯୁବକ, ଏକ ଯୁବତୀ ପଛରେ ଭୁଜାଲି ଧରି ଗୋଡାଉଛି । ଏହି ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସିସିଟିଭି ଫୁଟେଜ ଅନୁଯାୟୀ, ପୀଡିତା ଏବଂ ତାଙ୍କର ଜଣେ ସାଙ୍ଗ ସ୍କୁଟିରେ ଆସୁଥିଲେ । ଅଭିଯୁକ୍ତ ଜଣକ ତାଙ୍କ ସହ ବାଟରେ କଥାହେଲେ । ବାଇକ ଚଲାଉଥିବା ବ୍ୟକ୍ତି ଅଭିଯୁକ୍ତ ସହ ମୁହାଁମୁହିଁ ହେବା ପରେ ପରିସ୍ଥିତି ଆହୁରି ବଢିଯାଇଥିଲା । ଏହାପରେ ଅଭିଯୁକ୍ତ ଜଣକ ତାଙ୍କ ବ୍ୟାଗରୁ ଭୁଜାଲି କାଢି ମହିଳାଙ୍କୁ ଆକ୍ରମଣ ପାଇଁ ଗୋଡାଉଛନ୍ତି ।
ମହିଳା ଜଣକ ମୁହଁରେ କପଡା ଗୁଡାଇ ହୋଇ, ପଛରେ ବ୍ୟାଗ ପକାଇଛନ୍ତି । ଏହାସହ ସେହି ଅଭିଯୁକ୍ତ ଜଣକ ଧଳା ରଙ୍ଗର ସାର୍ଟ ପିନ୍ଧି ମହିଳାଙ୍କୁ ପଛ ପଟରୁ ଆକ୍ରମଣ କରିବାକୁ ଗୋଡାଉଛନ୍ତି । ଶେଷରେ ମହିଳାଙ୍କୁ ସେ ଅକ୍ରମଣ କରିବା ପୂର୍ବରୁ ମହିଳା ଜଣକ ରାସ୍ତାରେ ପଡିଯାଇଛନ୍ତି । ଏହାପରେ ସ୍ଥାନୀୟ ଲୋକେ ମହିଳାଙ୍କୁ ବଞ୍ଚାଇବା ପାଇଁ ସେହି ଅଭିଯୁକ୍ତଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି।
THIS IS HUGE: Thanks for your efforts, Pune residents – Set the example for Delhi Sakshi Case.
A Pune man attempted to kiII a female after an attack because of one-sided love, but locals intervened, caught the attacker, and saved the girl, Salute!🔥👏 pic.twitter.com/WO0W04cVr1
— ADV. ASHUTOSH J. DUBEY 🇮🇳 (@AdvAshutoshBJP) June 27, 2023
ଏହି ପ୍ରସଙ୍ଗରେ ପୋଲିସ ଅଭିଯୁକ୍ତଙ୍କ ଉପରେ ୩୦୭ ଧାରା ଲଗାଇ ମାମଲା ପଞ୍ଜୀକୃତ କରିଛନ୍ତି । ଅଭିଯୁକ୍ତ ଜଣକ ୨୨ ବର୍ଷୀୟ ଶାନ୍ତନୁ ଲକ୍ଷ୍ମଣ ଯାଦବ ରୂପେ ପରିଚିତ ହୋଇଥିବା ବେଳେ ୧୯ ବର୍ଷୀୟ ଯୁବତୀଙ୍କୁ ଥାନାରେ ଅଟକ ରଖାଯାଇଛି । ପୀଡିତାଙ୍କ ବୟାନ ଅନୁଯାୟୀ, ଅଭିଯୁକ୍ତ ତାଙ୍କ ପୂର୍ବତନ ସାହପାଠୀ ଥିଲେ । ବାଟରେ ସେ ତାଙ୍କ ସାଙ୍ଗ ସହ ଆସିବା ବେଳେ ଶାନ୍ତନୁ ତାଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଥିଲେ । ହେଲେ ଯୁବତୀ ଜଣକ ତାଙ୍କ ସହ କଥା ହେବାକୁ ମନା କରିଦେଇଥିଲେ । ଏହାପରେ ସେହି ୨୨ ବର୍ଷୀୟ ଯୁବକ ତାଙ୍କ ସହ ଥିବା ଯୁବକ ଏବଂ ତାଙ୍କୁ ଆକ୍ରମଣ କରିବା ପାଇଁ ଗୋଡାଇଥିଲେ । ପୋଲିସ ଏନେଇ ଅନେକ ତଦନ୍ତ ଚଳାଇଛି ।
'the bravery of local citizens prevailed as they swiftly chased down and apprehended the accused, who had attempted to flee after assaulting the young woman. They subdued him and handed him over to the police.'https://t.co/q34LWJJbIl
— Pune City Life (@PuneCityLife) June 27, 2023