(Video) ରାଜଧାନୀରେ ବର୍ଷା ବିତ୍ପାତ: ପାଣି ଭିତରେ ହଜିଗଲା ବାଇକ: ହେଲମେଟ ପିନ୍ଧି ଖୋଜୁଛନ୍ତି ଯୁବକ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଯିବା ଆସିବା ମଧ୍ୟ ଅସୁବିଧା ହେଉଛି । ଚଳିତବର୍ଷ ଦିଲ୍ଲୀରେ ବର୍ଷା ରେକର୍ଡ ସୃଷ୍ଟି କରିଛି । ଫଳରେ ରାସ୍ତାଘାଟ ପାଣିରେ ବୁଡି ଯାଇଥିବା ଦେଖିବାକୁ ମିଳିଛି । ଏହାଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ବାଇକ ପାଣି ଭିତରେ ହଜି ଯାଇଥିବା ବେଳେ ସେ ହେଲମେଟ ପିନ୍ଧି ଏହାକୁ ଖୋଜୁଥିବା ଦେଖିବାକୁ ମିଳିଛି । ସାରା ଅଞ୍ଚଳରେ ପାଣି ଭରି ଯାଇଥିବା ବେଳେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ସଙ୍ଗମ ବିହାରର ରତିଆ ମାର୍ଗ ବୋଲି ଜଣାପଡିଛି । ଏଠାରେ ଏକ ନିର୍ମାଣାଧୀନ ନାଳ ବାଟ ଦେଇ ଜଣେ ଯୁବକ ଯାଉଥିବା ବେଳେ ତାଙ୍କ ବାଇକଟି ନାଳରେ ଗଳି ପଡିଥିଲା । ପାଣିରେ ପଡି ବାଇକଟି କୁଆଡେ ଗଲା ତାହା ଜଣା ପଡୁନାହିଁ । ତେଣୁ ଯୁବକ ଜଣକ ପାଣି ଭିତରେ ନିଜ ବାଇକକୁ ଖୋଜିବା ପାଇଁ ଚେଷ୍ୟା କରୁଛନ୍ତି । କିନ୍ତୁ ଏହି ସମୟରେ ସେ ହେଲମେଟ ପିନ୍ଧିଥିବା ମଧ୍ୟ ଦେଖାଯାଉଛି । ଲଗାଣ ବର୍ଷାରେ ସବୁଆଡେ ପାଣି ଭରି ରହିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ତେବେ ନାଳରେ ପଡିଯିବାରୁ ଯୁବକ ଜଣକ ଆହତ ମଧ୍ୟ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ସାଧାରଣ ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କନଟ ପ୍ଲେସରେ ଅନେକ ଦୋକାନ ଭିତରେ ପାଣି ପଶି ଯାଇଥିବା ମଧ୍ୟ ଦେଖାଯାଇଛି । ସେହିପରିମିଣ୍ଟୋ ବ୍ରିଜକୁ ଯାନବାହନ ପାଇଁ ବନ୍ଦ କରାଯାଇଛି । ଏହାପରେ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି ରହିଛି । ଆଗକୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରି ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।