fbpx

ମୋଦୀ ସରକାରଙ୍କ ବଡ଼ ଉପଲବ୍ଧି, ଦାରିଦ୍ୟରୁ ମୁକୁଳିଲେ ଏତିକି କୋଟି ଲୋକେ

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦୀ ସରକାରଙ୍କ ନାମରେ ଆଉ ଏକ ବଡ଼ ଉପଲବ୍ଧି ଯୋଡ଼ି ହୋଇଛି । ଭାରତର ୪୧.୫ କୋଟି ଲୋକେ ଗରିବ ସୀମାରେଖା ତଳୁ ଉପରକୁ ଉଠିଛନ୍ତି । ମିଳିତ ଜାତିସଂଘ ମଙ୍ଗଳବାର ପ୍ରକାଶ କରିଥିବା ଏକ ରିପୋର୍ଟରୁ ଏହି ସୂଚନା ମିଳିଛି । ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଏବଂ ଅକ୍ସଫୋର୍ଡ ୟୁନିଭରସିଟିରେ ଅକ୍ସଫୋର୍ଡ ଦାରିଦ୍ର ଏବଂ ମାନବ ବିକାଶ ଉଦ୍ୟମ (ଆଇପିଏଚ୍‌ଆଇ) ଦ୍ୱାରା ପ୍ରକାଶିତ ଗ୍ଲୋବାଲ୍ ମଲ୍ଟିଡେମେନସିଆଲ୍ ଦାରିଦ୍ର‌୍ୟ ସୂଚକାଙ୍କ (ଏମ୍‌ପିଆଇ) ର ସର୍ବଶେଷ ତଥ୍ୟ ଦର୍ଶାଉଛି ଯେ ବିଶ୍ୱର ସବୁଠାରୁ ଜନବହୁଳ ଦେଶ (ଭାରତ) ଦାରିଦ୍ର‌୍ୟ ଦୂରୀକରଣ ହାସଲ କରିଛି । ପୁର୍ବ ଅପେକ୍ଷା ଭାରତ ବହୁତ ଭଲ କାମ କରିଛି । ଭାରତରେ, ୨୦୦୫-୦୬ ରୁ ୨୦୧୯-୨୦୨୧ ମଧ୍ୟରେ ୪୧.୫ କୋଟି ଲୋକ ମାତ୍ର ୧୫ ବର୍ଷ ମଧ୍ୟରେ ଦାରିଦ୍ର‌୍ୟରୁ ବାହାରି ଆସିଛନ୍ତି ।

ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବିଶ୍ୱର ୨୫ ଦେଶ ମଧ୍ୟରୁ ଗତ ୧୫ ବର୍ଷରେ ଭାରତ ଭଲ ପ୍ରଦର୍ଶନ କରିଛି ଏବଂ ବୈଶ୍ୱିକ ଏମ୍‌ପିଆଇ ମୂଲ୍ୟ ଅଧା ହ୍ରାସ କରିଛି । ଏମ୍‌ପିଆଇ ଏହା ପ୍ରଦର୍ଶିତ କରେ ଯେ, କେଉଁ ଦେଶରେ ପ୍ରଗତି ହୋଇଛି । ଏହି ଦେଶଗୁଡ଼ିକରେ କାମ୍ବୋଡିଆ, ଚୀନ୍‌, କଙ୍ଗୋ, ହୋଣ୍ଡୁରାସ, ଭାରତ, ଇଣ୍ଡୋନେସିଆ, ମୋରୋକୋ, ସର୍ବିଆ ଏବଂ ଭିଏତନାମ ଅନ୍ତର୍ଭୁକ୍ତ । ଜାତିସଂଘର ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ଭାରତ ୧୪୨.୮୬ କୋଟି ଲୋକଙ୍କ ସହିତ ଚାଇନାକୁ ଅତିକ୍ରମ କରିଛି । ବର୍ତ୍ତମାନ ଭାରତ ହେଉଛି ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ । ରିପୋର୍ଟରେ କୁହାଯାଇଛି, “ଦାରିଦ୍ର‌୍ୟ ଦୂରୀକରଣ ଦିଗରେ ଭାରତ ବିଶେଷ ପ୍ରଦର୍ଶନ କରିଛି । ମାତ୍ର ୧୫ ବର୍ଷ ମଧ୍ୟରେ ୪୧.୫ କୋଟି ଲୋକ ଦାରିଦ୍ର‌୍ୟରୁ ବାହାରି ଆସିଛନ୍ତି ।

କରୋନା ଅବଧି ସମୟରେ ଭାରତ ଭଲ କାମ କରିଥିଲା। ୨୦୦୫-୦୬ ରୁ ୨୦୧୯-୨୧ ପର୍ଯ୍ୟନ୍ତ ଭାରତରେ ୪୧.୫ କୋଟି ଲୋକ ଦାରିଦ୍ର‌୍ୟରୁ ବାହାରି ଆସିଛନ୍ତି। ୨୦୦୫-୦୬ ମସିହାରେ ଭାରତରେ ପ୍ରାୟ ୬୪୫ ନିୟୁତ ଲୋକ ବହୁମୁଖୀ ଦାରିଦ୍ରରେ ଥିଲେ। ୨୦୧୫-୧୬ ରେ ଏହି ସଂଖ୍ୟା ପ୍ରାୟ ୩୭ କୋଟିକୁ ଖସି ଆସିଥିଲା ​​ଏବଂ ୨୦୧୯-୨୧ ରେ ଏହା ୨୩ କୋଟିକୁ ଖସି ଆସିଥିଲା।

Get real time updates directly on you device, subscribe now.