fbpx

ଶରଦ ପାୱାରଙ୍କୁ ଆଉ ଏକ ଝଟକା, ଆଉ ୭ ବିଧାୟକ ଅଜିତ ପାବାରଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ: ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି)ରେ ଅଜିତ ପାୱାରଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହ ପରଠାରୁ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି । ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦଳର ମୁଖ୍ୟ ଶରଦ ପାୱାର ଦଳ ଉପରେ ନିଜର ଅକ୍ତିଆର ବଢାଇ ଚାଲିଛନ୍ତି । ଏହି ସମୟରେ ଦଳର ପୁର୍ବତନ ମୁଖିଆ ଶରଦ ପାୱାରଙ୍କୁ ଏକ ବଡ ଝଟକା ଲାଗିଛି ।

ମିଡିଆ ରିପୋର୍ଟ ମୁତାବକ ନାଗାଲାଣ୍ଡ ରାଜ୍ୟ ସଭାପତି ଭାଣ୍ଟୁଙ୍ଗ ଓଡିଓ କହିଛନ୍ତି ଯେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦଳକୁ ସମର୍ଥନ ଜଣାଇ ରାଜ୍ୟର ସମସ୍ତ ଏନସିପି ବିଧାୟକ ଘୋଷଣା କରିଛନ୍ତି । ଏ ବାବଦରେ ଏକ ଚିଠି ଲେଖି ଆମେ ସେମାନଙ୍କ ସହିତ ଅଛୁ ବୋଲି ଜଣାଇଛନ୍ତି ।

ଜୁଲାଇ ୨ ତାରିଖରେ ଅଜିତ ପାୱାରଙ୍କ ନେତୃତ୍ୱରେ ଏନ୍‌ସିପିର ଅନେକ ବିଧାୟକ ପାର୍ଟିରେ ବିଦ୍ରୋହ କରିଥିଲେ । ଆଶ୍ଚର୍ଯ୍ୟକର ନିଷ୍ପତି ସହିତ ଅଜିତ ପାୱାରଙ୍କ ସମେତ ୯ ବିଧାୟକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ବିଜେପି ଗଠବନ୍ଧନ ସରକାର ସହିତ ସାମିଲ ହୋଇଥିଲେ ।

Get real time updates directly on you device, subscribe now.