fbpx

ମଣିପୁର ଓ ରାଜସ୍ଥାନରେ ମୃଦୁ ଭୂମିକମ୍ପ ଝଟକା

ନୂଆଦିଲ୍ଲୀ: ଭୋର ସକାଳୁ ୨ ରାଜ୍ୟରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି । ରାଜସ୍ଥାନରେ ଗୋଟିଏ ଘଣ୍ଟାରେ ୩ଟି ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଜୟପୁରରେ ଅନୁଭୂତ ଭୂମିକମ୍ପର ତୀବ୍ରତା ୩.୪ ରେକର୍ଡ କରାଯାଇଛି । ସେହିପରି ମଣିପୁର ଉଖରୁଲରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଏନେଇ ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଧ୍ର ପକ୍ଷରୁ କୁହାଯାଇଛି ଯେ, ମଣଇପୁରରେ ଆଜି ସକାଳ ୫.୧୫ ସମୟରେ ଭୁକମ୍ପ ଅନୁଭୂତ ହୋଇଥିଲା । ଏହା ମିଆଁମାର ସହିତ ସୀମାରେ ଥିବା ଉଖରୁଲ ଜିଲ୍ଲାର ପାହାଡ ଅଞ୍ଚଳରେ ଅନୁଭୂତ ହୋଇଥିଲା । ଭୂତଳ ପୃଷ୍ଠରୁ ୨୦ କିଲୋମିଟର ଗଭୀରତାରେ ଘଟିଥିବା ଏହି ଭୂକମ୍ପ ଯୋଗୁଁ ଲୋକମାନେ ସକାଳୁ ଭୟଭୀତ ହୋଇ ନିଜ ଘରୁ ବାହାରକୁ ଆସିଥିଲେ । ତେବେ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହେବାର ଏପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ ।

Get real time updates directly on you device, subscribe now.