ପୁଣି ଘଟିଲା ଅଦ୍ଭୂତ ଘଟଣା: କାନ ବାଟେ ପଶି ମସ୍ତିଷ୍କକୁ ଖାଇଦେଲା ଆମିବା, ଦୁଇ ବର୍ଷର ଶିଶୁର ଅକାଳ ମୃତ୍ୟୁ

ନୂଆଦିଲ୍ଲୀ: ବ୍ରେନ ଇଟିଂ ଆମିବା ବା ‘ମସ୍ତିଷ୍କ ଖିଆ ଆମିବା’କୁ ନେଇ ପୁଣି ଥରେ ଆସିଛି ଏକ ବଡ଼ ଖବର । ଆମିବା କାରଣରୁ ଗୋଟିଏ ଦୁଇ ବର୍ଷର ଶିଶୁର ଅକାଳରେ ମୃତ୍ୟୁ ମୃତ୍ୟୁ ଘଟିଛି । ଶିଶୁର କାନରେ ଗୋଟିଏ ଆମିବା ପୋକ ପଶିଯାଇଥିଲା । ପିଲାଟି ସ୍ପ୍ରିଙ୍ଗସରେ ପାଣିରେ ଖେଳୁଥିବା ସମୟରେ ତା’ର କାନ ଭିତରେ ଗୋଟିଏ ଆମିବା ପଶି ପରବର୍ତ୍ତୀ ସମୟରେ ଶିଶୁର ମସ୍ତିଷ୍କକୁ ଖାଇଦେଇଥିଲା । ପରିଣାମ ସ୍ୱରୂପ ଶେଷରେ ଶିଶୁର ଜୀବନ ଚାଲିଯାଇଥିଲା ।

ସୂଚନା ମୁତାବକ, ଆମେରିକାର ନେଭାଡାରୁ ଆସିଛି ଏଭଳି ଏକ ଖବର । ନାଇଗ୍ଲେରିଆ ଫାଓଲେରୀ ସଂକ୍ରମଣ କାରଣରୁ ବୁଡରୋ ଟର୍ଣ୍ଣର ବୁଣ୍ଡି ଗତ ୧୯ ତାରିଖରେ ମୃତ୍ୟୁବରଣ କରିଥିଲା । ଶିଶୁଟିର ମୃତ୍ୟୁ ମସ୍ତିଷ୍କ ଖିଆ ଆମିବା କାରଣରୁ ହୋଇଥିବା କୁହାଯାଉଛି । ତେବେ ଶିଶୁଟିର ମୃତ୍ୟୁ ପରେ ତା’ର ମାଆ ଫେସବୁକରେ ହୃଦୟ ବିଦାରକ ନ୍ୟୁଜ୍ ଶେୟାର କରିଥିଲେ । ବୁଣ୍ଡି ପରି ଏକ ଶକ୍ତିଶାଳୀ ହିରୋ ତଥା ସନ୍ତାନକୁ ଜନ୍ମ ଦେଇଥିବାରୁ ସେ ସର୍ବଦା ଈଶ୍ୱରଙ୍କ ନିକଟରେ କୃତଜ୍ଞ ରହିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମସ୍ତିଷ୍କ ଖିଆ ଆମିବା ସଂକ୍ରମଣରେ ମୃତ୍ୟୁ ହାର ଯଥେଷ୍ଟ ଅଧିକ ରହିଥାଏ । ଏଥିରେ ୧୦ ଜଣରୁ ମାତ୍ର ଜଣେ ବ୍ୟକ୍ତି ବଞ୍ଚି ପାରିଥାଏ । ଏହି ଆମିବା ଦ୍ରୁତ ଭାବେ ମ୍ୟୁଟେଟ କରିବା ସହିତ କମ୍ ସମୟ ମଧ୍ୟରେ ନିଜର ରୂପ ପରିବର୍ତ୍ତନ କରିପାରେ । ସଂକ୍ରମିତ ହେବାର ୧୦ ଦିନ ମଧ୍ୟରେ ରୋଗୀର ମୃତ୍ୟୁ ଘଟିଥାଏ । ଏକସଙ୍ଗେ ଏହା ଅନେକ ଲୋକଙ୍କୁ ସଂକ୍ରମିତ କରିପାରେ । ବାନ୍ତି ହେବା, କନଫ୍ୟୁଜନ, ମୁଣ୍ଡବ୍ୟଥା ଏହାର ସାଧାରଣ ଲକ୍ଷଣ । ୧୯୬୦ ମସିହାରୁ ଅମିବା ପାଖାପାଖି ୧୫୫ ଜଣଙ୍କୁ ସଂକ୍ରମିତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ସୁସ୍ଥ ଲାଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ସଂକ୍ରମଣର କୌଣସି ସଠିକ୍ ଚିକିତ୍ସା ବାହାରି ନାହିଁ ।