fbpx

ବଦଳିଗଲା ଟ୍ୱିଟରର ନାମ ଏବଂ ଲୋଗୋ: କମ୍ପାନୀ ଏବେ ‘X’ ନାମରେ ହେବ ପରିଚିତ

ନୂଆଦିଲ୍ଲୀ: ଟ୍ୱିଟରକୁ ନେଇ ସବୁବେଳେ ଖବର ରହି ଆସୁଥିବା ବେଳେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଖବର ସାମ୍ନାକୁ ଆସିଛି । ସାଧାରଣତଃ ଟ୍ୱିଟର ଲୋଗରେ ଥିବା ପକ୍ଷୀ ଆକର୍ଷଣୀୟ ହୋଇଥାଏ । ହେଲେ ବର୍ତ୍ତମାନ ଟ୍ୱିଟରର ନାମ ଏବଂ ଲୋଗୋକୁ ଏଲନ ମସ୍କ ପରିବର୍ତ୍ତନ କରି ଏକ୍ସ ନାମ ରଖିଛନ୍ତି । ଏବେ କମ୍ପାନୀକୁ ଏକ୍ସ ନାମରେ ଜାଣିବେ ଲୋକେ ଏବଂ x.com ଜରିଆରେ ଆପଣ ଟ୍ୱିଟରକୁ ଆକ୍ସେସ କରିପାରିବେ । ଏହାରି ମଧ୍ୟରେ ଏଲନ ମସ୍କ ହେଡକ୍ୱାଟରର ଫଟୋ ନୂଆ ଲୋଗୋ ‘ଏକ୍ସ’ ସହିତ ସେୟାର କରିଛନ୍ତି ।

ସୂଚନା ଅନୁଯାୟୀ, ହେଡକ୍ୱାର୍ଟରକୁ ଏକ୍ସର ଉଜ୍ୱଳିତ ପ୍ରୋଜେକ୍ଟ କରାଯାଇଛି । ଏହି ଫଟୋକୁ କମ୍ପାନୀର ସିଇଓ ଲିଣ୍ଡା ୟାକାରିନୋ ମଧ୍ୟ ପୋଷ୍ଟ କରାଯାଇଛି । ଏହା ପୁର୍ଭରୁ ମସ୍କ ଆହି ସକାଳେ ନିଜ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି । ଏଥିସହ ଟ୍ୱିଟରର ଅନ୍ୟାନ୍ୟ ଅଫିସିଆଲ ହ୍ୟାଣ୍ଡେଲ୍ସର ପ୍ରୋଫାଇଲ ଫଟୋ ମଧ୍ୟ ବଦଳିଯାଇଛି ।

ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ଏଲୋନ୍ ମସ୍କଙ୍କୁ ପଚରାଯାଇଥିଲା ଯେ, ଟ୍ୱିଟର X ନାମକରଣ କରିବା ପରେ ଟ୍ୱିଟ୍ ଶବ୍ଦ ବ୍ୟବହାର ହେବ କି? ଏହାର ଉତ୍ତରରେ ମସ୍କ କହିଛନ୍ତି ଯେ, ଆମେ ଏହି ପୋଷ୍ଟକୁ An X ନାମରେ ଡାକିବୁ। ତାହା ହେଉଛି, ଟ୍ୱିଟ୍ ବଦଳରେ ଏହାକୁ ଏକ X କୁହାଯିବ। ଟ୍ୱିଟର ଗତ ବର୍ଷ ମସ୍କଙ୍କ ଦ୍ୱାରା ୪୪ ବିଲିୟନ ଡଲାରରେ କିଣାଯାଇଥିଲା। ମସ୍କ ଏହାକୁ କିଣିବା ପରଠାରୁ ଏଥିରେ ଅନେକ ପରିବର୍ତ୍ତନ ଆଣିଛି। ପରିବର୍ତ୍ତନ ଏବଂ ମସ୍କଙ୍କ ପରିଚାଳନା ଦେଖି ବିଜ୍ଞାପନଦାତାମାନେ ପ୍ଲାଟଫର୍ମ ଛାଡିଥିଲେ, ଯେଉଁ କାରଣରୁ କମ୍ପାନୀ ବହୁ କ୍ଷତି ସହିଥିଲା। ତଥାପି, ମସ୍କ କେବଳ ବିଜ୍ଞାପନଦାତାଙ୍କ ଉପରେ ନିର୍ଭରଶୀଳ ନୁହେଁ। ସେ ଏପରି ଅନେକ ଉପାୟ ପାଇଛନ୍ତି ଯାହା ଦ୍ୱାରା ପ୍ଲାଟଫର୍ମର ରାଜସ୍ୱ ବୃଦ୍ଧି କରାଯାଇପାରିବ। ଏଥିରେ ସବୁଠାରୁ ବିଶେଷ ହେଉଛି ‘ଟ୍ୱିଟର ବ୍ଲୁ’। ଏହା ମାଧ୍ୟମରେ ମସ୍କ ପ୍ରତି ମାସରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

ଚିନ୍ତାଧାରା, ଦ୍ରବ୍ୟ, ସେବା ଏବଂ ସୁଯୋଗ ପାଇଁ ଏକ ବିଶ୍ୱ ବଜାର ସୃଷ୍ଟି କରିବାକୁ X ଲକ୍ଷ୍ୟ ରଖିଛି ବୋଲି ଲିଣ୍ଡା ୟାକାରିନୋ ଏକ ଟ୍ୱିଟରେ ଲେଖିଛନ୍ତି। ଏହି ପ୍ଲାଟଫର୍ମ ଆଗାମୀ ସମୟରେ ଲୋକଙ୍କୁ ଅଡିଓ, ଭିଡିଓ, ବ୍ୟାଙ୍କିଙ୍ଗ୍ ଏବଂ ପେମେଣ୍ଟ ପରି ଅନେକ ସେବା ଯୋଗାଇବ। ଆହୁରି ମଧ୍ୟ, AI ର ସାହାଯ୍ୟରେ, ଏହି ପ୍ଲାଟଫର୍ମ ପରସ୍ପରକୁ ଏପରି ସଂଯୋଗ କରିବ ଯାହାକୁ ଆମେ ବର୍ତ୍ତମାନ କଳ୍ପନା କରୁଛୁ।

Get real time updates directly on you device, subscribe now.